ସାଲେପୁର କିଶନ ନଗର ବିଶ୍ୱାଳପଡ଼ା ଶୀତଳ ଭଣ୍ଡାରରୁ ଗ୍ୟାସ୍‌ ଲିକ୍, ସ୍ଥାନୀୟ ଲୋକେ ଭୟଭୀତ

ସାଲେପୁର: ଶୀତଳଭଣ୍ଡାରରୁ ଗ୍ୟାସ୍‌ ଲିକ୍‌, ଲୋକେ ଭୟଭୀତ । ସାଲେପୁର କିଶନ ନଗର ବିଶ୍ୱାଳପଡ଼ା ଶୀତଳ ଭଣ୍ଡାରରୁ ଗ୍ୟାସ୍‌ ଲିକ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ଗ୍ୟାସ୍‌କୁ ଆୟତ୍ତ କରିବାକୁ ୫ ଗୋଟି ଦମକଳ ଗାଡ଼ି ସହ କିଶନ ନଗର ପୋଲିସ ଉପସ୍ଥିତ ଅଛି ।

ପୁର୍ବରୁ ଅନେକ ଥର ଗ୍ୟାସ ଲିକ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏପଟେ ଗ୍ୟାସ ଯୋଗୁ କୋଣସି କ୍ଷତି ହୋଇ ନାହିଁ ବରଂ ଏହା ସାମାନ୍ୟ ତ୍ରୁଟି ବୋଲି ଶୀତଳ ଭଣ୍ଡାର କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.