ଫାଟିଲା ଗ୍ୟାସ ପାଇପ୍ କମ୍ପ୍ରେସର, ୨ ଜଣ ଶ୍ରମିକଙ୍କ ମୃତ୍ୟୁ
ନୟାଗଡ଼(କେନ୍ୟୁଜ୍): ଗ୍ୟାସ ପାଇପ୍ କମ୍ପ୍ରେସର ଫାଟି ୨ ଜଣ ଶ୍ରମିକଙ୍କର ମୃତ୍ୟୁ । ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ବିସ୍ଫୋରଣ ହୋଇଛି । ମୃତ ଶ୍ରମିକଙ୍କ ଘର ମହାରାଷ୍ଟ୍ରରେ । ସମସ୍ତ ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଗ୍ୟାସ୍ ପାଇପ୍ ଲାଇନରେ ବିସ୍ଫୋରଣ ହେଲା କାରଣ ଜଣା ପଡିନି ।