ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୧୫ରୁ ଊର୍ଦ୍ଧ୍ବ ଦୋକାନ ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଧାମରା କଇଥକୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୧୫ରୁ ଊର୍ଦ୍ଧ୍ବ ଦୋକାନ ଘର ଜଳିଯାଇଛି । ଗତକାଲି ବିଳମ୍ବିତ ରାତରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ୨ଗୋଟି ଦମକଳ ବାହିନୀ ନିୟୋଜିତ ହେଇଥିଲେ ହେଲେ ନିଆଁ ଲିଭିଲା ବେଳକୁ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା ।

ସୂଚନା ମୁତାବକ କଇଥକୋଲା ବଜାରରେ ଏକ ଫାଷ୍ଟଫୁଡ ଦୋକାନରେ ଗ୍ୟାସ୍ ଟାଙ୍କି ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି । ପ୍ରଥମେ ଫାଷ୍ଟ ଫୁଡ ଦୋକାନରେ ନିଆଁ ଲାଗିଥିଲା ଚାହୁଁ ଚାହୁଁ ପାଖ ଦୋକାନ ମାନଙ୍କୁ ନିଆଁ ବ୍ୟାପିଥିଲା। ତେବେ ଖବର ପାଇ ଧାମାର ଓ ଆଦାନୀ ପୋର୍ଟରେ ଥିବା ଦମକଳ ବାହିନୀ ଆସି ପହଁଚି ନିଆଁ ଲିଭାଇଥିଲା। ଦମକଳ ପହିଁବା ବିଳମ୍ବ ହେବାରୁ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.