ନର୍ସିଂ କଲେଜର ହଷ୍ଟେଲରେ ଫାଟିଲା ଗ୍ୟାସ୍ ଟାଙ୍କି, ହଷ୍ଟେଲର ଦୁଇ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା

ଅନୁଗୋଳ : ନର୍ସିଂ କଲେଜର ହଷ୍ଟେଲରେ ଫାଟିଲା ଗ୍ୟାସ୍ ଟାଙ୍କି  ।  ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରି ନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଫାଟିଲା ଗ୍ୟାସ୍ ଟାଙ୍କି।  ସୂଚନା ଯେ, ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରି ନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲରେ ରୋଷେଇ କରୁଥିବା ବେଳେ ଗୋଟିଏ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ ହୋଇ ହଠାତ୍ ନିଆଁ ଲାଗିଥିଲା ।  ଯାହା ଫଳରେ ହଷ୍ଟେଲରେ ଥିବା ସମସ୍ତ ଷ୍ଟାପ ବାହାରକୁ ପଳାଇ ଯାଇ ଅନୁଗୋଳ ଦମକଳ ବାହିନୀକୁ ଖବର ଦେଇଥିଲେ।

ସେତିକି ସମସ୍ୟାରେ ଅନ୍ୟ ଏକ ଗ୍ୟାସ୍ ଟାଙ୍କି ଟି ବିସ୍ପୋରଣ ହୋଇଥିଲା ।  ଖବର୍ ପାଇଁ ଆସିଷ୍ଟାଣ୍ଡ ଫାୟାର ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଦୁଇ ଗୋଟି ଟିମ୍ ଦୁଇ ଗୋଟି ଗାଡି ନେଇ ପହଁଚି ନିଆଁ କୁ ସମ୍ପୂର୍ଣ୍ଣ ଭାବେ ଆୟତ କରିବା ସହ ନିଆଁ କୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଥିଲେ ।  ଏହି ବିସ୍ପୋରଣରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ହଷ୍ଟେଲର ଦୁଇ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣା ପଡ଼ିଛି ।