ଯାଜପୁର ବଡଚଣା ଢିଅକରନ୍ଦା ଛକରେ ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର

ଯାଜପୁର : ଯାଜପୁର ବଡଚଣା ଢିଅକରନ୍ଦା ଛକରେ ରାସ୍ତା ମଝିରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର । ନିୟନ୍ତ୍ରଣ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଛି । ଗ୍ୟାସ୍‌ ଲିକ୍‌ ହେବା ଆଶଙ୍କାରେ ଗ୍ୟାସ୍‌ ଟ୍ୟାଙ୍କର ଉପରକୁ ପାଣି ସ୍ପ୍ରେ କରାଯାଉଛି । ଗ୍ୟାସ୍‌ ଟ୍ୟାଙ୍କର ଓଲଟି ପଡ଼ିବାରୁ ରାସ୍ତାରେ ଅନ୍ୟ ଯାନବାହନ ଯିବା ସମ୍ଭବ ହୋଇପାରିନଥିଲା ।

gas ଖବର ପାଇଁ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଓ ବଡ଼ଚଣା ପୋଲିସ ପହଞ୍ଚି ଯାନବାହନ ଚଳାଚଳ ସ୍ୱାଭାବିକ କରିଥିଲେ । ସେହିପରି କଟକ ଓ ଯାଜପୁର ଜିଲ୍ଲାର ଦୁଇଟି ଟିମ୍‌ ଆସି ପହଞ୍ଚିଛନ୍ତି । କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ବାଲେଶ୍ୱରରୁ ଏକ ଏକ୍ସପର୍ଟ ଟିମ୍‌ ପରୀକ୍ଷା କରିବା ପରେ ଟ୍ୟାଙ୍କରକୁ ରାସ୍ତାରୁ ହଟାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.