ରାଜ୍ୟ

ଗାଟୁଗୁଡାକୁ ସାତ ସପନ ବିଜୁଳି ଓ ପକ୍କା ରାସ୍ତା: ଡିବିରୀ ଆଲୁଅରେ ନିଜ ଭବିଷ୍ୟତର ଅଙ୍କ କଷନ୍ତି ଏଠାକାର ଛାତ୍ରଛାତ୍ରୀ

ମୋହନା: ସରକାର ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏବେବି ଏମିତି କିଛି ଗାଁ ଅଛି ଯେଉଁଠାର ଲୋକେ ଆଜିଯାଏଁ ଦେଖିନାହାନ୍ତି ବିଜୁଳି ଆଲୁଅ । ଅନ୍ୟପଟେ ଜୀବନକୁ ବାଜ଼ୀ ଲଗାଇ ଖରସ୍ରୋତା ନାଳରେ କରୁଛନ୍ତି ଯାତାୟାତ। ଆସନ୍ତୁ ଗଜପତି ଜ଼ିଲ୍ଲା ଗରଡମା ପଞ୍ଚାୟତରୁ ଦେଖିବା ଡିଜିଟାଲ ଇଣ୍ଡିଆର ବାସ୍ତବ ଚିତ୍ର l

ଗଜପତି ଜ଼ିଲ୍ଲା ମୋହନା ବ୍ଲକ ର ଦୁର୍ଗମ ଗରଡମା ପଞ୍ଚାୟତ ଗୋଟେ ସମୟରେ ମାଓବାଦୀଙ୍କ ଗଡ଼ ଥିଲା । ସମୟକ୍ରମେ ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକ ଅଞ୍ଚଳରେ କାର୍ଯ୍ୟକାରୀ ହେବାସହ ମାଓମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲା ଏହି ଅଞ୍ଚଳ। କିନ୍ତୁ ପଞ୍ଚାୟତରେ ଏମିତି କିଛି ଗ୍ରାମ ରହିଛି ଯେଉଁଠାକୁ ଯିବାକୁ ହେଲେ ଗଭୀର ନାଳ ପାର ହେବାକୁ ପଡିଥାଏ। ଆମେ କହୁଛୁ ଗାଟୁଗୁଡା ଗ୍ରାମ କଥା। ଗ୍ରାମରେ କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟ ର ୫୦୦ରୁ ଉର୍ଦ୍ଧ ଜନସାଧାରଣ ବସବାସ କରନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମକୁ ପକ୍କା ସଡ଼କ ଟିଏ ନାହିଁ । ଯାହା ଫଳରେ ଏହି ନାଳ ପାରି ହୋଇ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ। ପକ୍କା ରାସ୍ତା ତଥା ନାଳ ଉପରେ ପୋଲଟିଏ ନଥିବା ଯୋଗୁଁ ବାଧ୍ୟହୋଇ ବିଭିନ୍ନ ଦୈନନ୍ଦିନ କାର୍ଯ୍ୟପାଇଁ ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ଉପରେ ନିର୍ଭର କରନ୍ତି ଏଠାକାର ଲୋକେ।

ଏହାସହ ବିଦ୍ୟୁତ ଆଲୋକ ନଥିବା ଯୋଗୁଁ ଡିବିରୀ ଆଲୁଅରେ ନିଜ ଭବିଷ୍ୟତର ଅଙ୍କ କଷନ୍ତି ଏଠାକାର ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମକୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟଆରମ୍ଭ ହୋଇଥିଲା କିନ୍ତୁ କେବଳ ଖୁଣ୍ଟ ପୋତି କାମ ସାରିଦେଇଛି ବିଭାଗ । ମିଟର ବସିଛି କିନ୍ତୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଯାହାଫଳରେ ଦେଖନ୍ତୁ କେମିତି ଡିବି ଆଲୁଅରେ ବସି ପାଠ ବଢୁଛନ୍ତି ଦେଶର ଭବିଷ୍ଯତ। ପ୍ରତିଦିନ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ନାନା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ।

ଗ୍ରାମରେ ଲାଗିରହିଥିବା ଏସମସ୍ତ ସମସ୍ୟାର ସମାଧାନ ସ୍ୱରୂପ ରାସ୍ତା ଏବଂ ବିଦ୍ୟୁତ ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ମୋହନା ବି.ଡି.ଓ ଙ୍କ ସହ ଯୋଗାଯୋଗ କରିବାରୁ ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ କିଛି ବାଧା ଉପୁଜିଛି ଅତିଶୀଘ୍ର ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ରାସ୍ତା ନିର୍ମାଣ ଏବଂ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସେ କହିଛନ୍ତି l

ମୋହନାରୁ ସୁମନ ପଟ୍ଟନାୟକଙ୍କ ରିପୋର୍ଟ, କେ ନ୍ଯୁଜ୍

Sonalisa

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

24 seconds ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

3 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

10 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

36 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

45 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago