ରାଜ୍ୟ ସାମ୍ବାଦିକ ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ

ତାଳଚେର : ରାଜ୍ୟ ସାମ୍ବାଦିକ ସଂଘ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟ (SUJ) ଅନୁଗୁଳ ଶାଖା ତଥା ସାମ୍ବାଦିକ ସଂଘ ଅନୁଗୁଳ ( JAA ) ଜର୍ନାଲିଷ୍ଟ ଆସୋସିଏସନ ଅଫ୍ ଜର୍ନାଲିଷ୍ଟର ସାଧାରଣ ପରିଷଦ ବୈଠକ ତାଳଚେର ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସାମ୍ବାଦିକ ସଂଘ ସମଗ୍ର ଓଡ଼ିଶାରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଲଢ଼ୁଥିବା ବେଳେ ଏନେଇ ଏକ ସ୍ଵତନ୍ତ୍ର ଆଇନ ସରକାର ଆଣିବାକୁ ଲଢେଇ ଜାରି ରଖିଛି ବୋଲି କହିଥିଲେ ।

ଅନ୍ୟତମ ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ଉପ ସଭାପତି ବାସୁଦେବ ତ୍ରିପାଠୀ, ସଂଗଠନ ସମ୍ପାଦକ ସନ୍ତୋଷ କୁମାର ସ୍ଵାଇଁ, ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଶଶାଙ୍କ ଶେଖର ଝାଙ୍କର୍ ଓ କାର୍ଯ୍ୟକାରୀ ସଦସ୍ୟ ଯୁଗଳ କିଶୋର ଜିତ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ସାଧାରଣ ପରିଷଦ ବୈଠକରେ ନୂତନ ଜିଲ୍ଲା କମିଟି ଚୟନ କରାଯାଇଥିଲା ଏବଂ ଏଥିରେ ବିରଜା ଶଙ୍କର ମିଶ୍ରଙ୍କୁ ଅନୁଗୁଳ ଜିଲ୍ଲାର ସଭାପତି ଓ ବନମାଳୀ ନାୟକଙ୍କୁ ସାଧାରଣ ସମ୍ପାଦକ ଭାବେ ଉପସ୍ଥିତ ସଭ୍ୟ ସଭ୍ୟାମାନେ ବହୁ ମତରେ ଚୟନ କରିଥିଲେ ।

ସେହିପରି ଉପସଭାପତି ଭାବେ ରଞ୍ଜନ କୁମାର ସାହୁ, ଭୀଷ୍ମ କୁମାର ଗଡ଼ନାୟକ, ତ୍ରିପୁର ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ବେହେରା ମନୋନୀତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ସଞ୍ଜୟ ସିଂ, ସଂଗଠନ ସମ୍ପାଦକ ଭାବେ ସୌଭାଗ୍ୟ ମହାରଣା, ଯୁଗ୍ମ ସମ୍ପାଦକ ଭାବେ ରବୀନ୍ଦ୍ର କୁମାର ମହାରଣା, ପ୍ରଦୀପ ବେହେରା ଓ ରବୀନ୍ଦ୍ର ସେଠ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଭ୍ୟ ଭାବେ ବିଜୟ କୁମାର ବେହେରା, ତ୍ରିଲୋଚନ ସ୍ଵାଇଁ, ଜିତେନ୍ ସାହୁ, ଦୁଷ୍ମନ୍ତ ବେହେରା, ବୁଲୁ ସାହୁ, ସୁଜିତ୍ ବେହେରା, ଦେବେନ୍ଦ୍ର ସାହୁ , ସୁଭାଷ ପ୍ରଧାନ ଓ ପିତାମ୍ବର ନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମ ଶେଷରେ ଅଜିତ ରାୟ ଧନ୍ୟବାଦ ଦେଇଥିଲେ । ବୈଠକରେ ତାଳଚେର, ନାଲକୋ, ଅନୁଗୁଳ, ଖମାର, କଣିହାଁ, ରେଙ୍ଗାଳି, ସାଉଥ୍ ବଲଣ୍ଡା ଆଦି ଅଞ୍ଚଳରୁ ୫୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇଥିଲେ ।

You might also like