ରାଜ୍ୟ

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣର ସ୍ୱତନ୍ତ୍ର ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ । ରୁକ୍ମିଣୀ ହରଣ ଏକାଦଶୀ ନୀତି ପାଇଁ ବନ୍ଦ ହେଲା ଦର୍ଶନ । ଅପରାହ୍ନ ୧ଟାରୁ ୫ ଟା ଯାଏଁ ବନ୍ଦ ରହିବ ଦର୍ଶନ । ଶ୍ରଦ୍ଧାଳୁ ମାନେ କେବଳ ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ବିବାହ ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୁରା ପ୍ରସ୍ତୁତ । ସକାଳୁ ଦ୍ୱାରଫିଟା ପରେ ବାଜୁଛି ତେଲିଙ୍ଗି ବାଜା ସହ ଶଙ୍ଖମହୁରୀ ।

ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଦକ୍ଷିଣୀ ଘରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ବେଶ ହୋଇଥିଲେ। ଏହି ସମୟରେ ତଢ଼ାଉକରଣ ତାଳପତ୍ର ଓ ଲେଖନୀ ସହ ଉପସ୍ଥିତ ହୋଇ ଭିତରଛଙ୍କ ଦ୍ଵାରା ମାଆଙ୍କ ହାତଛୁଆଁ କରିବା ପରେ ମାଆଙ୍କ ମନୋଭାବକୁ ଲିଖନ କରି ଜୟବିଜୟ ଦ୍ୱାର ନିକଟରେ ଶ୍ରୀ ମଦନ ମୋହନଙ୍କ ନିକଟକୁ ପ୍ରେରିତ ହୋଇଥିଲେ। ରଥରେ ବିଜେ ଶ୍ରୀ ମଦନମୋହନ ବିମଳା ମନ୍ଦିର ନିକଟରେ ଅପେକ୍ଷା କରିଥିଲେ । ମାଆ ମହାଲକ୍ଷ୍ମୀ ଗ୍ରାମଦେବୀ ମା ବିମଳାଙ୍କ ପୂଜା ସାରି ଫେରିବା ବାଟରେ ଶ୍ରୀ ମଦନ ମୋହନ ହରଣ କରିଥିଲେ । ବାଟରେ ପଥ ଅବରୋଧ କରିଥିବା ଶିଶୁପାଳଙ୍କୁ ପରାସ୍ତ କରି ବନ୍ଦୀ କରିଥାନ୍ତି। ଶ୍ରୀ ମଦନମୋହନ ଓ ମାଆ ମହାଲକ୍ଷ୍ମୀ ବିବାହ ମଣ୍ଡପ ବା ମାଜଣା ମଣ୍ଡପକୁ ବିଜେ କରିବା ପରେ ସଂକଳ୍ପ ବାକ୍ୟ ପଠନ ପୂର୍ବକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago