ସାଧାରଣ ନିର୍ବାଚନ ପରିଚାଳନା ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର(କେନ୍ୟୁଜ୍) : ସାଧାରଣ ନିର୍ବାଚନ ପରିଚାଳନା ନେଇ ପ୍ରସ୍ତୁତି ବୈଠକ । ଭୁବନେଶ୍ୱର ସ୍ଥିତ ରାଜ୍ୟ ନିର୍ବାଚନ କମିଶନଙ୍କ କାର‌୍ୟ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା କରାଯାଇଛି । ବୈଠକରେ ଗୃହ ସଚିବ, ପୋଲିସ ଡିଜି, ଆୟକର, ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବିଶେଷ କରି ନିର୍ବାଚ ଖର୍ଚ୍ଚ, ଆଦର୍ଶ ଆଚରଣ ବିଧି ଓ ଆଇନଶୃଙ୍ଖଳା ନେଇ ବୈଠକରେ ଆଲୋଚନା କରାଯାଇଛି ।