ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର(କେନ୍ଯୁଜ୍): ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ହୋଇପଡ଼ିଥିବା ନେଇ ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାହା ଜଣାପଡିଛି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ସ୍ବାସ୍ଥ୍ଯ ଅବସ୍ଥା ନେଇ କୌଣସି  ଅଧିକ ସୂଚନାକୁ ମିଳିନଥିବାବେଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟ ଯୋଗେ ହାଇବ୍ରାଦ ଠାଯିବ ବୋଲି ଶୁଣିବାକୁ ମିଳୁଛି। ସୂଚନାଯୋଗ୍ୟ, ୨୦୦୯ରୁ ଲଗାତାର ଭାବେ ଘସିପୁରାରୁ ବିଧାନସଭାକୁ ସେ ନିର୍ବାଚିତ ହୋଇଆସୁଛନ୍ତି । ଶ୍ରୀ ପାତ୍ର ପୂର୍ବରୁ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିସାରଛନ୍ତି।

Leave A Reply

Your email address will not be published.