ଆଜି ଖୋଲିଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର, ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ

ଘଟଗାଁ : ଆଜି ଖୋଲିଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର । ମା’ଙ୍କ ଦର୍ଶନ ନେଇ ତାରିଣୀ ମନ୍ଦିର ପ୍ରଶାସନ ଗାଇଡ ଲାଇନ ଜାରି କରିଛି । ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି । ସାଧାରଣ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ମିନିଟ୍‌ ଯାଏ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ସାଢେ ୬ଟା ଯାଏ କରାଯାଇଛି । ଭକ୍ତମାନେ ୩ ନମ୍ବର ଗେଟରେ ପ୍ରବେଶ କରି ସାନିଟାଇଜ ହୋଇ ସାମାଜିକ ଦୂରତା ରକ୍ଷା କରି ଧାଡିରେ ମନ୍ଦିର ପ୍ରବେଶ କରୁଛନ୍ତି ।

ମନ୍ଦିର ବେଢାରେ ୨୫ ଜଣରୁ ୩୦ ଜଣ ଭକ୍ତ ଦର୍ଶନ କରିପାରିବେ । କୌଣସି ଭକ୍ତ ପାଦୁକା ସେବନ କରିବେ ନାହିଁ କିମ୍ବା ସିନ୍ଦୁର, ଚନ୍ଦନ ଲଗାଇବେ ନାହିଁ । ମନ୍ଦିରକୁ ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କ ପ୍ରବେଶ ବାରଣ କରାଯାଇଛି । ଏଥି ସହିତ ଚୂଳ ସମର୍ପଣ ବନ୍ଦ କରାଯାଇଥିବାରୁ କୌଣସି ଭକ୍ତଙ୍କୁ ଚୂଳ ସମର୍ପଣ କରିବା ନିମନ୍ତେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସବୁ ନିୟମ ମାନି ଭକ୍ତ ମାନେ ମା ତାରିଣୀଙ୍କ ଦର୍ଶନ କରି ପାରିବେ ବୋଲି ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି। ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବାବେଳେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.