ବଡ଼ ଦିନ ଓ ନୂଆବର୍ଷ ପାଇଁ ଗାଇଡଲାଇନ ଜାରି କଲା ତାରିଣୀ ମନ୍ଦିର ପ୍ରଶାସନ, ୫ ଦିନ ବନ୍ଦ ରହିବ ମା’ଙ୍କ ମନ୍ଦିର

ଘଟଗାଁ(କେନ୍ୟୁଜ୍‌) : ବଡ଼ ଦିନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଅନୁମୋଦନ ତାରିଣୀ ମନ୍ଦିର ପ୍ରଶାସନ ନୂଆ ଗାଇଡ ଲାଇନ ଜାରି କରିଛି । ଯଦ୍ୱାରା ବର୍ଷ ଶେଷ ଓ ନୂଆ ବର୍ଷରେ ଶ୍ରଦ୍ଧାଳୁମାନେ ୫ ଦିନ ଧରି ମା’ଙ୍କ ଦର୍ଶନ କରିପାରିବେ ନାହିଁ । ଫଳରେ ଡିସେମ୍ବର ୨୫,୨୬,୩୧ ତାରିଖ ଓ ଜାନୁଆରୀ ୧, ୨ ତାରିଖ ୫ ଦିନ ଧରି ତାରିଣୀ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ।

tarini board

ବର୍ଷ ଶେଷ ଓ ନୂଆ ବର୍ଷ ଭିଡ଼କୁ ଲକ୍ଷ୍ୟ କରି ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରଖିଛି ମନ୍ଦିର ପ୍ରଶାସନ । ଉକ୍ତ ଦିନରେ କୌଣସି ଭକ୍ତ ଓ ବା ଦର୍ଶନାର୍ଥୀ ମନ୍ଦିର ପରିସରକୁ ପ୍ରବେଶ କରି ପାରିବେ ନାହିଁ । ଏହି ନିଷ୍ପତ୍ତିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.