ବିଜେପି ପକ୍ଷରୁ ଘଟଗାଁ ବ୍ଲକ କାର୍ଯ୍ୟାଳୟ ଘେରାଉ

ଘଟଗାଁ (କେନ୍ୟୁଜ୍) : ରାଜ୍ୟ ସରକାରଙ୍କ ପିସି ଦୁର୍ନିତି ଓ ଭ୍ରଷ୍ଟାଚାର ବିରୋଧରେ ଘଟଗାଁ ବିଜେପି ପକ୍ଷରୁ ଘଟଗାଁ ବ୍ଲକ ଘେରାଉ କରାଯାଇଛି । ବିଜେପିର ଶତାଧିକ ମହିଳା ଓ ପୁରୁଷ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ ଅଫିସ ଘେରାଉ କରିଥିଲେ । ଏହି ସମୟରେ ବିଜେପିର କର୍ମକର୍ତ୍ତାମାନେ ବ୍ଲକ ଭିତରକୁ ଧସେଇ ପଶିବା ସହ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା । ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ଘଟଗାଁ ଥାନାରେ ଏତଲା ଦିଆଯାଇଛି ।