କେନ୍ଦୁଝର ଜିଲ୍ଲା ଘଟଗାଁ ପୋଲିସକୁ ମିଳିଛି ସଫଳତା, ପାଣି ପାଇପ୍‌ ଚୋରି ଘଟଣାରେ ୮ଜଣଙ୍କୁ କରିଛି ଗିରଫ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ପୋଲିସକୁ ସଫଳତା । ପାଣି ପାଇପ୍‌ ଚୋରି ଘଟଣାରେ ୮ଜଣ ଗିରଫ ହୋଇଛନ୍ତି। ପାଇପ୍‌ ବେଝେଇ ଟ୍ରକ ଜବତ ହୋଇଛି। ଘଟଗାଁ ଥାନା ଧାଙ୍ଗରଡିହା ଗାଁ ନିକଟରେ ଗଦା ହୋଇଥିବା ଏଲଆଣ୍ଡଟି କମ୍ପାନୀର ପାଣି ପାଇପ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା। କିଛି ଦୁର୍ବୃତ୍ତ ଟ୍ରକ ଯୋଗେ ପାଇପ ଚୋରି କରି ନେବାକୁ ବସିଥିଲେ।

କୌଣସି ସୂତ୍ରରୁ ଖବର ପାଇ ଘଟଗାଁ ଥାନା ଅଧିକାରୀ ପ୍ରତିଭାମଞ୍ଜରୀ ସାହୁ ଘଟଣାସ୍ଥଳକୁ ଯାଇ ଚଢାଉ କରିଥିଲେ। ପୋଲିସ ଚାରି ଆଡୁ ଘେରାଉ କରି ସମ୍ପୃକ୍ତ ଚୋରମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଘଟଣାସ୍ଥଳରୁ କେତେକ ଫେରାର ହୋଇଯାଇଥିବା ବେଳେ ୮ଜଣକୁ ପୋଲିସ ଗିରଫ କରିଛି। ଏଥିସହ ଲୁହା ପାଇପ ବୋଝେଇ ଗୋଟିଏ ଟ୍ରକକୁ ମଧ୍ୟ ପୋଲିସ ଜବତ କରିଛି। ସମସ୍ତ ଚୋରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।