ପାରଦୀପରେ ଭୌତିକ କାଣ୍ଡ ଭୟ

ପାରଦୀପ : ପାରଦୀପର ନୂଆଗଡ଼ ଗାଁରେ ଭୌତିକ କାଣ୍ଡ ଭୟ । ଗାଁର ଝିଅ, ବୋହୂମାନଙ୍କୁ ଭୂତ ଲାଗୁଥିବା ସନ୍ଦେହ କରି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଝିଅ ବୋହୂମାନେ ଅସ୍ୱାଭାବିକ ଆଚରଣ କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଗାଁର ଜଣେ ଗୁଣିଆକୁ ଲୋକ ସନ୍ଦେହ କରୁଛନ୍ତି । ତେବେ ଗାଁ ଲୋକଙ୍କ କହିବା କଥା, ଡାକ୍ତରୀ ଚିକିତ୍ସା ପରେ ମଧ୍ୟ କିଛି ଫଳ ମିଳୁନି । ତେଣୁ ଏହାକୁ ଭୌତିକକାଣ୍ଡ ବୋଲି ସଂଦେହ କରାଯାଉଛି । ଗାଁର ଝିଅମାନଙ୍କୁ ଲୋକେ ନିଜ ବନ୍ଧୁ ବାନ୍ଧବଙ୍କ ଘରକୁ ପଠାଇ ଦେଉଥିବା ଦେଖିବାକୁ ମିଳିଛି ।