ବ୍ରହ୍ମପୁର (କେନ୍ୟୁଜ୍) : ପୁଣି ଏକ ଭିଡିଓ ଭାଇରାଲ । ଯେଉଁଥିରେ ପ୍ରେତାତ୍ମା ଜଣେ ଛୋଟ ପିଲାର ଦେହକୁ ଆସି ନିଜ ମୃତ୍ୟୁ ସମ୍ପର୍କରେ ବଖାଣୁଛି । ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କରପଡ଼ା ପଞ୍ଚାୟତର ଦେଖାଳି ଗାଁରେ । ଏହି ଗାଁର ଲଡୁ ନାୟକଙ୍କ ଝିଅ ପ୍ରମୋଦିନୀ ନିଜ ମା ସହ ଚାଷ ଜମିକୁ ଯାଇଥିଲା । କାମ ସାରି ଫେରିବା ବେଳେ ପ୍ରମୋଦିନୀ ନଦୀକୁ ଯାଇଥିବା ବେଳେ ମା ଘରକୁ ଫେରୁଥିଲେ ।
ତେବେ ଏତିକିବେଳେ ଝିଅର ଚିତ୍କାର ଶୁଣି ମା ନଦୀ ନିକଟରେ ପହଞ୍ଚିଥିଲେ । ସେତେବେଳେ ପ୍ରମୋଦିନୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ତେବେ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ ।
କେ. ନୂଆଗାଁ ଥାନା ପୋଲିସ୍ ଘଟଣାର ତଦନ୍ତ ଚଳାଇଥିବା ବେଳେ ପ୍ରମୋଦିନୀଙ୍କ ସାନ ଭଉଣୀ ଦେହରେ ମୃତ ଯୁବତୀଙ୍କ ଆତ୍ମା ଆସି ତାକୁ ହତ୍ୟା କରାଯାଇଥିବା କହିଛି । ଏମିତିକି କେତେ ଜଣ ତାକୁ ମାରିଛନ୍ତି ସେ କଥା ଖାତାରେ ଲେଖୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ପୁଣି ପରିବାର ଲୋକଙ୍କର ପ୍ରଶ୍ନର ଉତ୍ତର ଦେଉଛି ଛୋଟ ପିଲାଟି ।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…