ବିଜେପି ଛାଡିଲେ ଗିରିଧର ଓ ଶିଶିର ଗମାଙ୍ଗ, ବିଆରଏସରେ ସାମିଲ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପି ଛାଡିଛନ୍ତି । ଭୁବନେଶ୍ୱରରେ ପ୍ରେସ୍‌ମିଟ କରି ଏହି ସୂଚନା ଦେଇଛନ୍ତି ଗିଗିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ । ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି ଇସ୍ତଫାପତ୍ର । ୨୦୧୫ ଜୁନ୍‌ ୨୮ ତାରିଖରେ ବିଜେପିରେ ଯୋଗ ଦେଇଥିଲେ ଗିରିଧର ଗମାଙ୍ଗ ।

ବିଜେପି ସହ ୭ ବର୍ଷ ୭ ମାସର ସମ୍ପର୍କ କାଟିଛନ୍ତି । କଂଗ୍ରେସ ଛାଡ଼ି ସେ ବିଜେପିର ଯୋଗ ଦେଇଥିଲେ । ୯ଥର କଂଗ୍ରେସ ଟିକେଟରେ ସାଂସଦ ଥିଲେ ଗିରିଧର ଗମାଙ୍ଗ । ଦୁଇ ଥର କେନ୍ଦ୍ରରେ ମନ୍ତ୍ରୀ ଥିଲେ । ଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପି ଛାଡିବା ପରେ ଏକ ଜାତୀୟ ଦଳରେ ସେ ଯୋଗ ଦେବେ ବୋଲି ଗିରିଧର ଗମାଙ୍ଗ କହିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତିରେ ଗିରିଧର ଗମାଙ୍ଗ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଦିନେ ଦୁଇ ଦିନ ଭିତରେ ଉଭୟ ବିଧିବଦ୍ଧ ଭାବରେ ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇ ପାରନ୍ତି । କିଛି ଦିନ ତଳେ ହାଇଦ୍ରାବାଦ ସ୍ଥିତ ସରକାରୀ ବାସଭବନରେ କେସିଆରଙ୍କୁ ଭିଟିଥିଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଏହାପରେ ଗମାଙ୍କ ବାପା-ପୁଅ ବିଜେପି ଛାଡି BRSରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.