ମଝି ରାସ୍ତାଟାରେ ବସି ଭୋ ଭୋ ହୋଇ କାନ୍ଦିଲେ ବାର ଡ୍ୟାନ୍ସର, ନିଜ ସୁରକ୍ଷା ପାଇଁ ଲୋକଙ୍କୁ କଲେ ଗୁହାରୀ

ଦିର୍ଘ ଅଧଘଣ୍ଟା ଧରି ରାସ୍ତାରେ ବସି ଗୁହାରି କରିଥିଲେ ବି ନା ପୋଲିସ ଶୁଣୁଥଲା ନା ଲୋକେ ଶୁଣିଲେ । ପାଖରେ ଥାନା ଥିଲେ ବି ସାହାଯ୍ୟ ପାଇଁ ଅଧ ଘଣ୍ଟା ଧରି ନିରବ ରହିଲେ ।

ଭୁବନେଶ୍ୱର (କେନ୍ୟୁଜ) : ମଝି ରାସ୍ତାରେ ବସି କାନ୍ଦୁଛନ୍ତି ମହିଳା । ସବୁଆଡେ ଲୋକେ । ଯିଏ ଯୁଆଡେ ଯାଉଛନ୍ତି । ତେବେ ସେହି ମାନଙ୍କ ମଧ୍ୟରେ ପୂରା ମଝି ରାସ୍ତାଟାରେ ବସି ଜଣେ ମହିଳା କାନ୍ଦୁଛନ୍ତି । ସେହି ବାଟ ଦେଇ ଲୋକେ ଯା ଆସ କରୁଛନ୍ତି ହେଲେ ତାଙ୍କ ଅବସ୍ଥା କଥା କେହି ପଚାରୁନାହାଁନ୍ତି । ମହିଳା ଜଣଙ୍କ ଭୋ ଭୋ ହୋଇ କାନ୍ଦୁଛନ୍ତି ଆଉ କହୁଛନ୍ତି ମୋତେ ସେମାନେ ମାରିଲେ ।

ହଁ ଆଜ୍ଞା ଆପଣ ଯେଉଁ ଚିତ୍ର ଦେଖୁଛନ୍ତି ତାହା ରାଜଧାନୀର । ଏଠାରେ ଜଣେ ବାର ଗାର୍ଲ ଆସି ପହଁଚିଛନ୍ତି ରାଜରାସ୍ଥାକୁ । ଆଉ ଭୋ ଭୋ ହୋଇ କାନ୍ଦି ଚାଲିଛନ୍ତି । କାନ୍ଦି କାନ୍ଦି ଦେଖାଉଛନ୍ତି ତାଙ୍କ ଶରୀରରେ ହୋଇଥିବା କ୍ଷତ ଚିହ୍ନକୁ । ଏ କ୍ଷତ ଚିହ୍ନ ଦେଖି ଆପଣ ଭାବୁଥିବେ ମହିଳାଙ୍କର ଏପରି ଅବସ୍ଥା କିଏ କଲା । କିଏ ତାଙ୍କୁ ଏମିତି ମାଡ ମାରି ଲହୁଲୁହାଣ କରିଛି । ମହିଳାଙ୍କ ଏପରି ଅବସ୍ଥା ବାରରେ ହୋଇଛି ତାଙ୍କ ସହ ।

ହଁ ରାଜଧାନୀରେ ଖୋଲିଲା ଡ୍ୟାନ୍ସ ବାରର ଗୁମର। ରାସ୍ତା ମଝିରେ ବାର ଗାର୍ଲ୍ ବଖାଣିଲେ ତାଙ୍କ ଉପରେ କେମିତି ହେଉଥିଲା ଅତ୍ୟାଚାର। ଦେହ ବ୍ୟବସାୟ ପାଇଁ ବାଧ୍ୟ କରୁଥିଲେ ରାଜି ନ ହେବାରୁ ନିର୍ଦ୍ଧୁମ ମାଡ଼ ଓ ଆକ୍ରମଣ। ଏଭଳି ନିର୍ଯାତନା ସହି ନପାରି ଖସି ଆସିଛନ୍ତି ଜଣେ ବାର ଗାର୍ଲ୍। ଥାନାରେ ଅଭିଯୋଗ କଲେ ହେଲେ ନ ଶୁଣିବାରୁ ଶେଷରେ ରାସ୍ତାରେ ବସି ଏମିତି କାନ୍ଦୁଛନ୍ତି ଏ ମହିଳା । ମହିଳା ଜଣଙ୍କ ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି ।

ତାଙ୍କ କଥାରୁ ଲାଗୁଛି ସେ ଅଣଓଡିଆ ବୋଲି । ଚାକିରି ପାଇଁ ସେ ବାରରେ କାମ କରୁଥିଲେ । କିନ୍ତୁ ତାଙ୍କୁ ଜୋରଜବରଦସ୍ତ ଖରାପ କାମ କରିବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଲକ୍ଷ୍ମିସାଗର ଥାନା ସାମ୍ନାରୁ। ମହିଳା ଜଣଙ୍କ ରାସ୍ତା ଉପରେ ବସି ନ୍ୟାୟ ପାଇ କରୁଛନ୍ତି ଆକୁଳ ନିବେଦନ।

ଥାନା ସାମ୍ନା ରାସ୍ତାରେ ବସି ଲୋକଙ୍କୁ ହାତଯୋଡି ଗୁହାରି କରୁଛନ୍ତି । ଦିର୍ଘ ଅଧଘଣ୍ଟା ଧରି ରାସ୍ତାରେ ବସି ଗୁହାରି କରିଥିଲେ ବି ନା ପୋଲିସ ଶୁଣୁଥଲା ନା ଲୋକେ ଶୁଣିଲେ । ପାଖରେ ଥାନା ଥିଲେ ବି ସାହାଯ୍ୟ ପାଇଁ ଅଧ ଘଣ୍ଟା ଧରି ନିରବ ରହିଲେ । ଶେଷରେ ଲୋକ ଏକାଠି ହୋଇ ଭିଡ଼ ଜମାଇବା ପରେ ପୋଲିସ ଆସି ମହିଳାଙ୍କୁ ଥାନାକୁ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.