ଚୁଲିରୁ ନିଆଁ ଲାଗି ଛାତ୍ରୀ ମୃତ , ରଘୁନାଥପୁର ତହସିଲ ରାଉତ-ନୂଆଗାଁରେ ଘଟିଛି ଅଘଟଣ

ଜଗତସିଂହପୁର(କେନ୍ୟୁଜ୍) : ନିଆଁ ଲାଗି ଛାତ୍ରୀ ମୃତ । ଜଗତସିଂହପୁର ରଘୁନାଥପୁର ତହସିଲ ଅନ୍ତର୍ଗତ ରାଉତ-ନୂଆଗାଁରେ ଘଟିଛି ଏହି ଅଘଟଣ । ଗାଁର ଅଚ୍ୟୁତ ଦାସଙ୍କ ଘରେ ରୋଷେଇ ଚୁଲିରୁ ନିଆଁ ଲାଗି ତାଙ୍କର ଝିଅ ମାମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଝିଅକୁ ଉଦ୍ଧାର କରିବାକୁ ଯାଇ ତାଙ୍କ ବାପା ମାଆ ଓ ଭାଇ ଆହତ ହୋଇଛନ୍ତି । ମାମା ବାରଙ୍ଗ କଲେଜ +୨ କଳା ବିଭାଗର ପ୍ରଥମ ବର୍ଷର ଛାତ୍ରୀ । ଘଟଣାସ୍ଥଳରେ ରଘୁନାଥପୁର ପୋଲିସ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମାମାଙ୍କ ମୃତ୍ୟୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।