ଶିକ୍ଷିତ ରାଜଧାନୀରେ ଶିଶୁ କନ୍ୟା ଅଲୋଡା, କ୍ୟାପିଟାଲ ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଭୁବନେଶ୍ବରରେ ଦେଖିବାକୁ ମିଳିଲା ଏଭଳି ଅଭାବନୀୟ ଘଟଣା । ମହାରାଜା ସିନେମା ହଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି ।  ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଶିଶୁଟିକୁ ୨୧ଦିନ ହୋଇଥିବା ଜଣାପଡ଼ିଛି ।

ଆଜି ସକାଳେ ମହାରାଜା ସିନେମା ହଲ ନିକଟ ରାସ୍ତା ପାଖରେ ଶିଶୁ କନ୍ୟାକୁ କେହି ଛାଡ଼ି ଚାଲିଯାଇଥିଲା । ଶିଶୁକନ୍ୟାର କାନ୍ଦ ଶୁଣି ୨୯ ନମ୍ୱର କପୋରେଟର ଜୀବନ ରାଉତ ନବଜାତକୁ ଉଦ୍ଧାର କରିଥିଲେ ।  ଏହା ପରେ ସହିଦନଗର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କ୍ୟାପିଟାଲ ହସପିଟାଲକୁ ନେଇଥିଲେ । ଶିଶୁ କନ୍ୟାଟିର ସ୍ବାସ୍ଥ୍ୟ ଅବସ୍ଥା ସୁସ୍ଥ ଥିବା ପ୍ରାଥମିକ ଚିକିତ୍ସା ପରେ ଜଣା ପଡ଼ିଛି । ତେବେ କିଏ ଓ କାହିଁକି ସେଠାରେ ଶିଶୁ କନ୍ୟାକୁ ଛାଡି ଯାଇଛି ସେନେଇ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  ।

You might also like