ବୟଫ୍ରେଣ୍ଡଙ୍କ ସହ ଝଗଡ଼ା ପରେ ଜୀବନ ହାରିଲେ ଯୁବତୀ, ଦୁଇ ଦିନ ପରେ ଉଦ୍ଧାର ହେଲା ମୃତଦେହ

ବୟଫ୍ରେଣ୍ଡଙ୍କ ସହ ଝଗଡ଼ା ପରେ ଜୀବନ ହାରିଲେ ଯୁବତୀ। ଦୁଇ ଦିନ ପରେ ମହାନଦୀରୁ ଉଦ୍ଧାର ହେଲା ମୃତଦେହ। ଶନିବାର ରାତିରେ କଟକ ମୁଣ୍ଡୁଳୀ ବ୍ୟାରେଜକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିବା ଯୁବତୀଙ୍କ ମୃତଦେହ ଆଜି ଖୁଣ୍ଟୁଣୀ ଥାନା ଅନନ୍ତପୁର ନୂଆଶାସନ ମହାନଦୀ କୂଳରୁ ଉଦ୍ଧାର ହୋଇଛି।

ବୟଫ୍ରେଣ୍ଡଙ୍କ ସହ ଝଗଡ଼ା ପରେ ଜୀବନ ହାରିଲେ ଯୁବତୀ। ଦୁଇ ଦିନ ପରେ ମହାନଦୀରୁ ଉଦ୍ଧାର ହେଲା ମୃତଦେହ। ଶନିବାର ରାତିରେ କଟକ ମୁଣ୍ଡୁଳୀ ବ୍ୟାରେଜକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିବା ଯୁବତୀଙ୍କ ମୃତଦେହ ଆଜି ଖୁଣ୍ଟୁଣୀ ଥାନା ଅନନ୍ତପୁର ନୂଆଶାସନ ମହାନଦୀ କୂଳରୁ ଉଦ୍ଧାର ହୋଇଛି। ମୃତକ ଯୁବତୀ ଜଣକ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଐଶ୍ୱର୍ଯ୍ୟା ପରିଜା ବୋଲି ଜଣାପଡ଼ିଛି।

ଶନିବାର ସଂଧ୍ୟାରେ ମୁଣ୍ଡୁଳୀ ବ୍ରିଜ ନିକଟରେ ସ୍କୁଟି ରଖି ମହାନଦୀକୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଖବର ପାଇ ଆଠଗଡ଼ ଓ ଗୋଡିସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଆଠଗଡ଼ ଅଗ୍ନିଶମ ବିଭାଗ ଓ କଟକରୁ ଓଡ୍ରାଫ ଟିମ୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ।

ଗତକାଲି ଦିନରେ ବି ଖୋଜାଖୋଜି ହୋଇଥିଲେ ମଧ୍ୟ ନିରାଶ ହେବାକୁ ପଡିଥିଲା। ଆଜି ସକାଳୁ ମହାନଦୀରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ୍‌, ଖୁଣ୍ଟୁଣି ପୋଲିସ ଓ ଆଠଗଡ ଅଗ୍ନିଶମ ବିଭାଗ ପହଞ୍ଚି ଏହାକୁ ଉଦ୍ଧାର କରିଥିଲେ। ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକେ ମୃତଦେହ ଚିହ୍ନଟ କରିଛନ୍ତି। ଆତ୍ମହତ୍ୟା ପାଇଁ ଐଶ୍ୱର୍ଯ୍ୟାଙ୍କ ବୟଫ୍ରେଣ୍ଡ ଅଭିଷେକକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.