ଅଭିଯୁକ୍ତର ଜଘନ୍ୟକାଣ୍ଡ, ପୋଲିସକୁ ବିଭିନ୍ନ ସ୍ଥାନକୁ ନେଇ ଭୂଆଁ ବୁଲାଉଛି ଅଭିଯୁକ୍ତ
ରାଉରକେଲା : ରାଉରକେଲାରେ ଝାରସୁଗୁଡ଼ାରୁ ନାବାଳିକାକୁ ଉଠାଇ ନେଇ ହତ୍ୟା ମାମଲାରେ ପୋଲିସ ପାଖରେ ନାଟକ ରଚିଥିଲା ଅଭିଯୁକ୍ତ । ଜେଲରୁ ବେଲ୍ ପାଇ ଫେରିବା ପରେ ନାବାଳିକାକୁ ହତ୍ୟା କରିଥିବା ସ୍ବୀକାର କରିଥିଲା ଅଭିଯୁକ୍ତ। ଅଭିଯୁକ୍ତ ଜଣକ ପୋଲିସ କୁ ବିଭିନ୍ନ ସ୍ଥାନ ଦେଖାଇ ଭୁଆଁ ବୁଲାଉଛି । ରାଉରକେଲା ବ୍ରାହ୍ମଣୀ ନଦୀ ରେ ପ୍ରଥମେ ମୃତଦେହ ଫୋଫାଡ଼ି ଥିବା କହିଥିବା ବେଳେ , ପୁଣି କଥା ବୁଲାଇ ହନୁମାନ ବାଟିକା-ତରକେରା ଡ୍ୟାମ ଯିବାକୁ ଥିବା ସୁନଶାନ ପଡ଼ିଆରେ ପଙ୍କ ଭର୍ତ୍ତି ଦଳ ଭିତରେ ମୃତଦେହ ଫୋଫାଡ଼ି ଥିବା ନେଇ କହିଛି ଅଭିଯୁକ୍ତ ।
ଘଟଣା ସ୍ଥଳରୁ ଏକ ଜ୍ୟାକେଟ ମଧ୍ୟ ମିଳିଛି । ଏଠାରେ ମଧ୍ୟ ଓଡ୍ରାଫ ଟିମ ଖୋଜା ଖୋଜି କରୁଛି । ଝାରସୁଗୁଡାରୁ ନାବାଳିକାକୁ ଉଠାଇ ନେଇ ରାଉରକେଲାରେ ହତ୍ୟା ମାମଲାରେ ନାବାଳିକାକୁ ନିର୍ମମ କରି ହତ୍ୟା କରିଛି ଅଭିଯୁକ୍ତ । ନାବାଳିକାର ଶରୀରକୁ ଭାଗ ଭାଗ କରି କାଟି ନିର୍ମମ ଭାବେ କରିଛି ହତ୍ୟା । ତରକେରା ଗଡ଼ିଆ ଟୋଲାରେ ଶରୀରର ତଳଭାଗ ଅର୍ଥାତ ହାତ ଏବଂ ଗୋଡ଼ ଉଦ୍ଧାର ହୋଇଥିବା ବେଳେ ବ୍ରାହ୍ମଣୀ ନଦୀ କୂଳରେ ଅଣ୍ଟା ରୁ ବେକ ଯାଏ ଅଲଗା ଅଲଗା ହୋଇ ଗୋଟିଏ ପଲିଥିନ ଅଖାରେ ଭର୍ତି ଶରୀରର ବିଭିନ୍ନ ଖଣ୍ଡ ବିଖଣ୍ଡିତ ଅଂଶକୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍ ।
ଅଭିଯୁକ୍ତ କୁ ଆଣି ବ୍ରାହ୍ମଣୀ ନଦୀ କୂଳରେ କ୍ରାଇମ୍ ସିନ୍ ରିକ୍ରେସନ କରିଛନ୍ତି ଝାରସୁଗୁଡ଼ା ପୋଲିସ୍ । ଆଜି ସକାଳୁ ଓଡ୍ରାଫ ଟିମ୍ ଓ ରାଉରକେଲା ଫାୟାର ବ୍ରିଗେଡ ଟିମ୍ ନାବାଳିକାର ମୃତ ଦେହ ଉଦ୍ଧାର କରିବା ପାଇଁ ଲାଗିପଡି ଅଭିଯୁକ୍ତ ର କହିବା ଅନୁସାରେ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ ବିଭତ୍ସ ହତ୍ୟାକାଣ୍ଡ କୁ ନେଇ ସମଗ୍ର ସହରରେ ଚର୍ଚ୍ଚା ର ବିଷୟ ହୋଇପଡିଛି । ଏହି ଭଳି ବୀଭତ୍ସ ହତ୍ୟାକାଣ୍ଡ କରିଥିବା ଅଭିଯୁକ୍ତକୁ ଫାଶୀଦଣ୍ଡ ଠାରୁ ମଧ୍ୟ ଅଧିକ ଶକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।