ହୃଦୟ ବିଦାରକ ଘଟଣା , ନିଜ ୧୦ ବର୍ଷ ଝିଅର ମୃତ ଦେହ ଧରି କାନ୍ଦି କାନ୍ଦି ରାସ୍ତାରେ ଚାଲିଲେ ବାପା ମାଆ

କନ୍ଧମାଳ(କେନ୍ୟୁଜ୍) : ହୃଦୟ ବିଦାରକ ଘଟଣା । ମୃତ ଛୁଆକୁ ଧରି କାନ୍ଦି କାନ୍ଦି ରାସ୍ତାରେ ଚାଲୁଛନ୍ତି ବାପା ମାଆ । ସୂଚନା ମୁତାବକ, କନ୍ଧମାଳ ନୂଆପଦରୀ ଗାଁର ଦମ୍ପତ୍ତି ନିଜର ୧୦ ବର୍ଷର ଝିଅକୁ ଧରି ଫୁଲବାଣୀ ଚିକିତ୍ସାଳୟକୁ ଆସିଥିଲେ । ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଝିଅର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । କାହାକୁ କିଛି ନ ଜଣାଇ ମୃତ ଝିଅକୁ ଧରି ବାପା ମାଆ ଗୁଣିଆ ପାଖକୁ ନେଇଯାଇଥିଲେ । ପରେ ଖବର ପାଇ ଡାକ୍ତରଖାନା କର୍ତ୍ତୃପକ୍ଷ ଝିଅର ପରିବାର ଲୋକଙ୍କୁ ବୁଝାସୁଝା କରି ହସ୍ପିଟାଲ ଫେରାଇ ଆଣିଥିଲେ । ପରେ ମହାପ୍ରୟାଣ ଗାଡ଼ିରେ ମୃତ ଦେହକୁ ନିଆଯାଇଥିଲା । ସିଡିଏମଓ କହିଛନ୍ତି, କେଉଁ ପରିସ୍ଥିତିରେ ମୃତ ଘୋଷଣା ପରେ ମୃତଦେହକୁ ଧରି ହସ୍ପିଟାଲ ବାହାରକୁ ଗଲେ, ତଦନ୍ତ ପରେ ପଦକ୍ଷେପ ନେବେ ।