ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ । ଯେଉଁ ବାପା ମା’ ଜନ୍ମ ଦେଇଥିଲେ ସେମାନଙ୍କ ଜୀବନ ନେବାକୁ ବି ହାତ ଟିକିଏ ପଛାଇଲାନି । ବାପାଙ୍କୁ ହତ୍ୟା କରି ଘର ପଛ ପଟ ବିଲରେ ପୋତିଦେଲା । ସକାରୁ ସକାଳୁ କୁକୁର ମାଟି ଖୋଳିବାରୁ ସ୍ତାନୀୟ ଲୋକେ ସନ୍ଦେହ କରିଥିଲେ । ଆଉ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳିବାରୁ ପୋଲିସ ପାଇଥିଲା ପ୍ରଭାକରଙ୍କ ମୃତଦେହ ।

ତେବେ ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ମଦୁଆ ପୁଅ ବାପର ଜୀବନ ନେଇଯାଇଛି । ଏବେବି ମାଆ ନିଖୋଜ ଅଛନ୍ତି। ଯାହାକୁ ନେଇ ନିଖୋଜ ମା’ର ଝିଅ ଅଭିଯୋଗ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗାଁରେ। ଗାଁର ପ୍ରଭାକର ବେହେରା ଏବଂ ତାଙ୍କ ପତ୍ନୀ ୭ଦିନ ହେବ ନିଖୋଜ ଥିବାବେଳେ ପୁଅ ରମେଶ ବେହେରା ଘରୁ କେଉଁଆଡ଼େ ପଳାଇ ଯାଇଛନ୍ତି ।

ବାପା, ମାଆଙ୍କ ନିଖୋଜ ଘଟଣାକୁ ନେଇ ଝିଅ ମମତା ମଲ୍ଲିକ ଭାଇ ରମେଶ ବାପା ମା’ଙ୍କୁ ମାରିଦେଇ ପୋତିଦେଇଥିବା ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଝିଅ ମମତାଙ୍କ ଅଭିଯୋଗ କ୍ରମେ ସିମୁଳିଆ ପୋଲିସ ତଦନ୍ତ ଜାରିରଖିବା ସହିତ ଘର ପଛପଟ ବିଲରେ ଶବ ପୋତାଯାଇଥିବା ନେଇ ସନ୍ଦେହ କରିଥିଲେ । ଏହା ସହ ଖଇରା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନ ଧଳ, ବାଲେଶ୍ୱର ସାଇନ୍ଟଫିକ ଟିମ୍‌ ସନ୍ଧାନି କୁକୁର ସହାୟତାରେ ଉକ୍ତ ସ୍ଥାନକୁ ଖୋଳି ବାପା ପ୍ରଭାକରଙ୍କ ମୃତ ଦେହ ଠାବ କରିଥିବା ବେଳେ ମା ଏବେବି ନିଖୋଜ ଅଛନ୍ତି। ମା ଚମ୍ପାବତି ଘରପାଖ ପୋଖରୀରେ ପଡିଥିବା ସନ୍ଦେହରେ ଅଡା ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଏଯାଏଁ କୌଣସି ମିଳିପାରିନାହିଁ। ମୃତ ଦେହ ଉଦ୍ଧାର ବେଳେ ଖାଲରେ ଭାତ ଓ ଚୁଡି ପଡ଼ିଥିବାର ଦେଖାଯାଇଥିଲା । ଏବେ ଚମ୍ପାବତୀ ଜୀବିତ ଅଛନ୍ତି ନାଁ ମୃତ ସନ୍ଦେହ ଘେରରେ ରହିଛନ୍ତି ଚମ୍ପାବତୀଙ୍କ ଝିଅ ଏବଂ ଗ୍ରାମବାସୀ ।

କୁହାଯାଉଛି, ଧଳା ଘୁଷୁରୀ ଚାଷରେ କ୍ଷତି ହେବା ପରେ ଜମି ବିକ୍ରିକୁ ନେଇ ପରିବାର ମଧ୍ୟରେ ପୂର୍ବରୁ ବାପ, ମା’ ଏବଂ ପୁଅ ମଧ୍ୟରେ ଅନେକ ଥର ଝଗଡା ହୋଇଥଲା । ଏହି ଜମିଜମା ଘଟଣାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ପୋଲିସ ବାପର ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇଛି । ଏନେଇ ମା ଚମ୍ପାବତିକୁ ଉଦ୍ଧାର କରିବା ସହିତ ସାନଭାଇ ରମେଶକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦୁଇ ଭଉଣୀ ଦାବି କରିଛନ୍ତି । ସେପଟେ ରମେଶ ଏହି ହତ୍ୟାକାଣ୍ଡ ଘଟଶଇ ଫେରାର୍‌ ହୋଇଯାଇଥିବା ବେଳେ ତା ମଧ୍ୟ କୌଣସି ଖୋଜ ଖବର ମିଳିପାରି ନାହିଁ । ଆଜି ପର୍ଯ୍ୟନ୍ତ ମା ଓ ପୁଅ ଠାବ ହୋଇ ପାରିନାହାଁନ୍ତି ।