ଯୁବତୀଙ୍କ ସହ ଘଟିଲା ଅଘଟଣ, ଗାଧୋଇବା ବେଳେ ନଦୀରେ ବୁଡ଼ି ଚାଲିଗଲା ଜୀବନ
କଣ୍ଟାବାଞ୍ଜି: ଉଛୁଳା ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ଯୁବତୀଙ୍କ ସହ ଘଟିଯିବ ଏମିତି ଅଘଟଣ । ହଠାତ୍ କଣ ହେଲା କେଜାଣି ଯୁବତୀଙ୍କ ମୁଣ୍ଡ ବୁଲେଇଦେଲା । ଆଉ ନଦୀରେ ପଡ଼ି ଭିତରକୁ ଭିତରକୁ ଚାଲିଗଲେ । ଆଉ ଅକାଳରେ ଚାଲିଗଲା ଯୁବତୀଙ୍କ ପ୍ରାଣ ।
ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ କଂଦେଇ ପଞ୍ଚାୟତ ଅନ୍ତର୍ଗତ ଗଡ଼ିଆ ଜୋର ଗ୍ରାମର ଜଣେ ଯୁବତୀଙ୍କର ନଦୀରେ ବୁଡି ମୃତ୍ୟୁ ହୋଇଛି । ଗଡ଼ିଆ ଜୋର ଗ୍ରାମର ଦୁର୍ମନ କଟାଙ୍କ ଝିଅ ଉର୍ବଶୀ କଟା ସ୍ଥାନୀୟ ଅର୍ଜୁନ ଜୋର ନଦୀକୁ ଗାଧୋଇବାକୁ ଯାଇଥିଲେ । ହଠାତ ମୁଣ୍ଡ ବୁଲାଇବାରୁ ନଦୀରେ ପଡିଯାଇଥିଲେ । ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ତୁରେକେଲା ପୋଲିସ ଓ କଣ୍ଟାବାଞ୍ଜି ଦମକଳ ବାହିନୀ ପହଞ୍ଚି ମୃତ ଉର୍ବଶୀଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଛି ।