ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ନିଜର ୩ ବର୍ଷର ପୁଅକୁ ଧରି ଗର୍ଭବତୀ ମା ଧାରଣାରେ ବସିଛନ୍ତି । ହଣ୍ଡପା ଥାନା ଅଞ୍ଚଳର ଜଣେ ୩୦ ବର୍ଷିୟା ମହିଳାଙ୍କର କହିବାନୁଯାୟୀ, ସେ ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମର ଆକୁଳ ଖିଲାରଙ୍କ ବଡ ପୁଅ ସ୍ୱାଧୀନଙ୍କ ସହିତ ୪ ବର୍ଷ ପୂର୍ବେ ରଙ୍ଗ୍ ନମ୍ବରରେ ଫୋନ କରି କଥା ହୋଇଥିଲେ । ଏହା ପରେ ସ୍ୱାଧୀନ ବାରମ୍ବାର ଉକ୍ତ ମହିଳାଙ୍କୁ ଫୋନ୍ କରିବା ସହିତ ପ୍ରେମ ସଂପର୍କ ସ୍ଥାପନ କରିଥିଲେ । ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଘରେ ଥିବା ବେଳେ ସ୍ୱାଧୀନ ନିଜକୁ ମହିଳାଙ୍କ ସଂପର୍କୀୟ ଭାଇ ବୋଲି ପରିଚୟ ଦେଇ ଯିବା ଆସିବା କରିବା ସହି ଅନୈତିକ ସମ୍ପର୍କ ରଖିଥିଲା । ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ସମୟରେ ପ୍ରାୟ ୩ ଥର ଉଭୟ ମହିଳାଙ୍କ ପରିବାର ଲୋକଙ୍କ ନଜରରେ ଧରା ପଡିବା ସହ ଗାଁରେ ମଧ୍ୟ ବୈଠକ ହୋଇଥିଲା । ।
ମହିଳାଙ୍କୁ ତାଙ୍କ ସ୍ୱାମୀ ଘରୁ ବାହାର କରିଦେବା ପରେ ସ୍ୱାଧୀନ ମହିଳା ଏବଂ ତାଙ୍କ ୩ ବର୍ଷର ପୁଅକୁ ଧରି ଦଶପଲା ଠାରେ ଥିବା ତାଙ୍କର ସମ୍ପର୍କୀୟ ଭଉଣୀଙ୍କ ଘରେ ୭ ଦିନ ରହିଥିଲେ । ଏହାପରେ ପ୍ରେମିକ ମହିଳାଙ୍କୁ ଧରି ଜରପଡା ଚାଲିଆସି ଥିଲେ । ସେଠାରେ ସ୍ୱାଧୀନ ନିଜ ଭଉଣୀ ଘର କହି ମହିଳାଙ୍କୁ ୨ ଦିନ ରଖିବା ପରେ ଗତ ବୁଧବାର ସଂଧ୍ୟାରେ ଛେଣ୍ଡିପଦା ଆସିଥିଲେ । ସେଠାରେ ସ୍ୱାଧୀନ ମହିଳାଙ୍କୁ ଏକୁଟିଆ ଛାଡି ଫେରାର ହୋଇଯାଇଥିଲେ । ମହିଳା ଜଣକ ସେହି ରାତିରେ ଛୋଟ ପୁଅକୁ ଧରି ଶୀତ କାକରରେ ଛେଣ୍ଡିପଦା ଯାତ୍ରୀ ବିଶ୍ରାମାଗାରରେ ରାତ୍ରୀଯାପନ କରିଥିଲେ ।
ଗୁରୁବାର ସକାଳୁ ଗର୍ଭବତୀ ଥିବା ମହିଳା ଜଣକ ତାଙ୍କ ୩ବର୍ଷର ପୁଅକୁ ସାଙ୍ଗରେ ଧରି ଗୋହିରାପଶି ଗ୍ରାମକୁ ଆସି ପ୍ରେମିକ ସ୍ୱାଧୀନର ଘର ଆଗରେ ନଖାଇ ନପିଇ ଧାରଣାରେ ବସି ରହିଛନ୍ତି । ଖବର ଲେଖା ଯିବା ସୁଦ୍ଧା ମହିଳା ଜଣକ ସ୍ୱାଧୀନର ଘର ଆଗରେ ଧାରଣାରେ ବସି ରହିଥିବା ବେଳେ ସ୍ୱାଧୀନ ଏବଂ ତାଙ୍କ ପରିବାର ଲୋକ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି । ଏ ନେଇ ଛେଣ୍ଡିପଦା ଥାନାରେ କୈାଣସି ଅଭିଯୋଗ ହୋଇ ନଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…