କିଶୋରୀ କମାର ସୁନିତା: ହାତରେ ହାତୁଡି ଧରି କମ୍ ବୟସରେ ମୁଣ୍ଡାଇଛନ୍ତି ବଡ଼ ବୋଝ

ଗୋପ(କେନ୍ୟୁଜ୍): ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି । କମ୍ ବୟସରେ ମୁଣ୍ଡାଇଛନ୍ତି ବଡ଼ ବୋଝ। ବୟସ୍କ ବାପା ଏବଂ ତିନିଜଣ ପୁତୁରା ଝିଆରୀଙ୍କ ଭରଣ ପୋଷଣ ପାଇଁ ହାତକୁ କରିଛନ୍ତି ପଥର । ଦିନ ରାତି ଲୁହା ଆଉ ନିଆଁର ସାହରା ନେଇ କରୁଛନ୍ତି ପରିବାର ପ୍ରତିପୋଷଣ। ଆଉ ସାଜିଛନ୍ତି କିଶୋରୀ କମାର ।

ଏ ହେଉଛି ସୁନିତାଙ୍କ କଥା। ପୁରୀ ଜିଲ୍ଲା ନିମାପଡାର କୁଶଭଦ୍ରା ନଦୀ ପାର୍ଶ୍‌ରେ ଗୋଲେଇ ଛକ ନିକଟରେ ନଡ଼ିଆ ବରଡା ଚାଞ୍ଚ ଓ ପାଲ ଘେରା ଘର। ଚାଳରୁ ପ୍ରତିଦିନ ଉଠୁଥାଏ ଧୂଆଁ। ଶୁଭୁଥାଏ ଲୁହା ଆଉ ହାତୁଡିର ଠକ ଠକ ଶବ୍ଦ। ଯେଉଁଠି ତିଆରି ଚାଲିଥାଏ କଟୁରି, କୁରାଢ଼ୀ, ପନିକି ଭଳି ଘର କରଣା ସାମଗ୍ରୀ । ଆଉ ହାତରେ ହାତୁଡି ଧରି ନିଆଁ ରେ ଲାଲ ପଡ଼ିଥିବା ଲୁହା ଖଣ୍ଡକୁ ପିଟି ଚାଲିଥାନ୍ତି କିଶୋରୀ ସୁନିତା। ପାଖରେ ଥାନ୍ତି ଗୁରୁ ତଥା ବାପା। ଆଜି କି କାଲି ନୁହେଁ ଦୀର୍ଘ ୧୦ ବର୍ଷ ଧରି ସାଧାରଣ ଲୋକଙ୍କ ଚାହିଦା ମେଣ୍ଟାଇ ଆସୁଛନ୍ତି ସୁନିତା।

sunita1କାନ୍ଧ ଉପରେ ପରିବାରର ବୋଝ। ବୁଢା ବାପାଙ୍କ ସହ ୩ଜଣ କୁନି କୁନି ଝିଆରୀ ପୁତୁରା। ବାପା ବି ଆଉ ବେଶୀ କାମ କରି ପାରୁନାହାନ୍ତି। ପିଲାଙ୍କ ପାଠପଢା ସହ ପେଟକୁ ଦୁଇ ମୁଠା ଖାଦ୍ୟର ଦାୟିତ୍ୱ ସୁନିତାଙ୍କ ଉପରେ। ତେବେ କଣ କରିବେ ଝିଅ କମାର ଶାଳରେ କାମ କରିବା ଦେଖି ବାପାଙ୍କ ହୃଦୟ ଅସ୍ଥିର ହୋଇଯାଉଥିଲେ ବି ପରିସ୍ଥିତି ଆଗରେ ସେ ବି ଚୁପ୍। ଏପଟେ ଭଙ୍ଗା ଦଦରା ଘର ଆହୁରି ଅସହନୀୟ। ସୁନିତା କିନ୍ତୁ ଦୃଢ଼ତାର ସହ ନିଜ କର୍ମପଥରେ ଆଗେଇ ଚାଲିଛନ୍ତି। କମାର କାମ ସହିତ ବିଭିନ୍ନ ପୋଷାକ ସିଲାଇ କରିବା ସହ ଛେଳି ମଧ୍ୟ ପାଳିଛନ୍ତି ।

ଗୋଟେ ନାରୀ ହିଁ କରିପାରେ ସବୁ ଅସମ୍ଭବକୁ ସମ୍ଭବ । ନିଜର ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ପାଇଁ ଯାହା କରିଦେଖାଇଛନ୍ତି ସୁନିତା। ଆଉ ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.