ସମ୍ବଲପୁର ବଡ଼ ବଜାର ମହାନଦୀ ଘାଟରେ ୬ ଯୁବତୀ ବୁଡିଯିବା ଘଟଣା, ୨୪ଘଣ୍ଟା ପରେ ବି ମିଳୁନି ନିଖୋଜ ପିଙ୍କିର ପତ୍ତା

ସମ୍ବଲପୁର(କେନ୍ୟୁଜ୍): ୨୪ଘଣ୍ଟା ପରେ ବି ମିଳୁନି ନିଖୋଜ ପିଙ୍କିର ପତ୍ତା। ସମ୍ବଲପୁର ବଡ଼ ବଜାର ମହାନଦୀ ଘାଟରେ ଗାଧୋଇ ଯାଇଥିବା ୬ ଯୁବତୀଙ୍କ ମଧ୍ୟରୁ ୨୪ଘଣ୍ଟା ପରେ ମଧ୍ୟ ଜଣଙ୍କ ପତ୍ତା ମିଳୁନି। ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌ ଓ ସ୍ଥାନୀୟ ଯୁବକ ୨ ଦିନ ଧରି ଖୋଜାଖୋଜି ଜାରି ରଖିଛନ୍ତି। ଗତକାଲି ବଡ଼ ବଜାର ଅଞ୍ଚଳର ୬ ଜଣ ନାବାଳିକା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କ ଗୋଡ ଖସି ଯାଇଥିଲା । ଅନ୍ୟମାନେ ତାକୁ ଉଦ୍ଧାର କରିବାକୁ ଯାଇ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ୫ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ବର୍ଷା ସାଙ୍ଗକୁ ରାତି ଯୋଗୁଁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ ରହଥିଲା । ଆଜି ସକାଳୁ ପୁଣି ମହାନଦୀରେ ନିଖୋଜ ନାବାଳିକାଙ୍କୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.