ରାଜ୍ୟ

ଲଭ୍‌ ଜିହାଦ୍‌ ! ଅପହରଣର ୧୦ ଦିନ ପରେ ବି ମିଳୁନି ଝିଅ, ପୁଅର ବାପାକୁ ଗିରଫ କଲା ପୋଲିସ୍‌

ଯାଜପୁର (କେନ୍ୟୁଜ) : ‘ବୋଉ ତୁ ବାପାଙ୍କୁ କହି କେମିତି ହେଲେ ମୋତେ ନେଇଯା, ନହେଲେ ତମେ ମୋତେ ଆଉ ପାଇବନି, ସେମାନେ ମୋତେ ମାରି କୋଉଠି ଫୋପାଡ଼ି ଦେବେ !’
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଜନୈକା ଯୁବତୀ ‘ଲଭ୍ ଜିହାଦ୍’ର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଜୀବନ ବିପଦରେ ଥିବା ଅପହୃତା ଯୁବତୀ ଅପହରଣକାରୀଙ୍କ କବଳରୁ ଉଦ୍ଧାର ପାଇଁ ନିଜ ମା’ଙ୍କୁ ଫୋନ୍ ଯୋଗେ ଆକୁଳ ନିବେଦନ କରିଛନ୍ତି ! ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏବେ ଯାଜପୁର ରୋଡ଼ ଏସ୍‌ଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଯାହା ଜଣାପଡ଼ିଛି, ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜଣେ ଯୁବତୀଙ୍କ ସହିତ ପଡୋଶୀ ଚୋରମୁହାଁ ଗ୍ରାମର ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ ଅବଦୁଲ ସେହମତ୍ ଖାଁ ଓରଫ ବବି ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ । ଗତ ୫ ତାରିଖ ଦିନ ଯୁବତୀ ଜଣକ ନିଜର ମାଇଗ୍ରେସନ ସାର୍ଟିଫିକେଟ୍ ପାଇଁ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଯାଇଥିବା ବେଳେ ନିଖୋଜ ହୋଇଗଲେ । ପରିବାର ଲୋକେ ଥାନାରେ ଏତଲା ଦେଲେ ଯେ ଅପହରଣକାରୀ ଯୁବକ ଜଣକ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ତାକୁ ଯୋର ଜବରଦସ୍ତ ବିବାହ କରିବାକୁ ଚାହୁଁଛି ଏବଂ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛି । ଏମିତିକି ଗୁଣିଗାରେଡ଼ି ପ୍ରୟୋଗ କରି ମାନସିକ ଶୋଷଣ କରୁଛି । ଏ ନେଇ ସେମାନେ ଝିଅଠାରୁ ଫୋନ୍ ପାଇଥିବା କଥା କହିଥିଲେ । ଯାହାର ଅଡିଓ ମଧ୍ୟ ହସ୍ତଗତ ହୋଇଛି ।

ଅଭିଯୋଗ ଆଧାରରେ ପୋଲିସ୍ ତତ୍ପରତା ପ୍ରକାଶ କରି ଅପହୃତା ଯୁବତୀଙ୍କୁ ଉଦ୍ଧାର ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ଏଯାଏଁ କୌଣସି ସଫଳତା ମିଳି ପାରିନାହିଁ । ଅନ୍ୟପଟେ ଯୁବତୀଙ୍କ ଅପହରଣରେ ଅପରାଧିକ ଷଡଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତଙ୍କ ବାପା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି ଚଣ୍ଡୀଖୋଲ କୋର୍ଟକୁ ଚାଲାଣ କରିଛି । କୋର୍ଟରେ ଶୁଣାଣି ପରେ ତାଙ୍କୁ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଅନ୍ୟପଟେ ଝିଅର ଜୀବନ ପ୍ରତି ବିପଦ ରହିଛି ଏବଂ ଅପହରଣର ୧୦ଦିନ ପରେ ମଧ୍ୟ ପୋଲିସ୍ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିବାରୁ ଝିଅର ଉଦ୍ଧାର ନିମନ୍ତେ ପ୍ରାର୍ଥନା କରିଛନ୍ତି ତାଙ୍କ ବାପା । ଏ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି ।

KNews Bureau

Recent Posts

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

26 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

37 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

1 hour ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

1 hour ago

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ…

1 hour ago

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

2 hours ago