ଏମିତି ବି ପ୍ରେମ : ନାବାଳିକା ବେଳେ ଘର ଛାଡିଲେ, ସବାଳିକା ହୋଇ ବାହା ହେଲେ

ଭଦ୍ରକ (କେନ୍ୟୁଜ): ନାବାଳିକା ବେଳେ ପ୍ରେମରେ ପଡିଲେ । ଘର ଲୋକେ ଜାଣିବା ପରେ ଆକଟ କଲେ । ଏମିତି ସ୍ଥିତିରେ ଘର ଛାଡିଥିଲେ ନାବାଳିକା । ଘର ଲୋକେ ଯୁବକଙ୍କ ନାଁ ରେ ଏତଲା ମଧ୍ୟ ଦେଇଥିଲେ କିନ୍ତୁ ନାବାଳିକା ଘରକୁ ଫେରିଲେ ନାହିଁ । ବୟସ ହେବା ପରେ ସେହି ଯୁବକଙ୍କୁ ବିବାହ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ।

ପ୍ରାପ୍ତ ବୟସ ହୋଇ ନଥିଲେ କିନ୍ତୁ ପ୍ରେମରେ ପଡ଼ିଥିଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବେତାଳି ଗାଁର ଝିଅ ପ୍ରୀତିଶ୍ରୀ । ଘର ଲୋକେ ଜାଣିବା ପରେ ଆକଟ କରିଥିଲେ । ଏମିତି କି ମାଡ଼ପିଟ ପର୍ଯ୍ଯନ୍ତ କଥା ଯାଇଥିଲା । ଶେଷ ରେ ପ୍ରୀତିଶ୍ରୀ ଘରୁ ପଳାଇଥିଲେ । ପ୍ରୀତିଶ୍ରୀ ଙ୍କୁ ଭଲ ପାଇ ଥିବା ଆଗଡପଡା ଥାନା ଟିକିରା ଅଂଚଳର ଯୁବକ ଅଶୋକଙ୍କ ନାଁ ରେ ଧୂସୁରି ଥାନା ରେ ଏତଲା ଦେଇଥିଲେ ଝିଅ ଘର ଲୋକ । କିନ୍ତୁ ପୋଲିସ ସେତେବେଳେ ନାବାଳିକା ଥିବା ପ୍ରୀତିଶ୍ରୀ ଙ୍କୁ ସାଙ୍ଗ ଘରୁ ଉଦ୍ଧାର କରି କୋର୍ଟରେ ହାଜର କରିବା ସହ ଶିଶୁ ମଙ୍ଗଳ କମିଟି ରେ ହାଜର କରିଥିଲା । କିନ୍ତୁ ପ୍ରୀତିଶ୍ରୀ ଘରକୁ ଯିବାକୁ ରାଜି ହୋଇନଥିଲେ ତାଙ୍କୁ ମୁକ୍ତାଶୟ କେନ୍ଦ୍ର ଆସିୟନା କୁ ଛଡ଼ାଯାଇଥିଲା ।

ଆଉ ଏବେ ବୟସ ହେବାରୁ ବାହା ହୋଇଛନ୍ତି ପ୍ରେମୀ ଯୁଗଳ। ପ୍ରୀତିଶ୍ରୀ ଙ୍କୁ ଘର ଲୋକେ ଘରକୁ ଫେରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପ୍ରୀତିଶ୍ରୀ ଘରକୁ ଫେରିନଥିଲେ । ପ୍ରାପ୍ତ ବୟସ ରେ ପହଂଚିବା ପରେ ତାଙ୍କୁ କାଉଁସିଲିଂ କରାଯାଇଥିଲା । କିନ୍ତୁ ପ୍ରୀତିଶ୍ରୀ ଅଶୋକଙ୍କୁ ବିବାହ କରିବା ନେଇ କହିଥିଲେ । ଶେଷରେ ଆସିୟନା ତରଫରୁ ଉଭୟ ପରିବାର କୁ ଯୋଗାଯୋଗ କରାଯାଇଥିଲା । ପ୍ରୀତିଶ୍ରୀଙ୍କ ପରିବାର ବିବାହ ପାଇଁ ଅରାଜି ଥିବା ଲିଖିତ ଭାବେ ଜଣାଇଥିଲେ ହେଲେ ଅଶୋକଙ୍କ ପରିବାର ତାଙ୍କୁ ବୋହୁ ଭାବେ ଗ୍ରହଣ ପାଇଁ ରାଜି ଥିଲେ । ତେଣୁ ଉଭୟଙ୍କ ମତ କୁ ନେଇ ଭଦ୍ରକ ସହରର ବାବା ଲୋକନାଥଙ୍କ ମନ୍ଦିର ରେ ବିବାହ ହୋଇଛି ।

 

Leave A Reply

Your email address will not be published.