ରାଜ୍ୟ

ପରିବାର ଚଳାଇବା ପାଇଁ ଅଣ୍ଟା ଭିଡିଛନ୍ତି ଛାତ୍ରୀ, ମାଟି ଏବଂ ପ୍ଲାଷ୍ଟିକ କଣ୍ଢେଇ ତିଆରି କରି ବଜାରରେ ବିକ୍ରି କରୁଛନ୍ତି

ଜଳେଶ୍ୱର(କେନ୍ୟୁଜ): କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହା ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଛାତ୍ରୀ। ମାରାତ୍ମକ ରୋଗର ଚିକିତ୍ସାରେ ଘରର ସଞ୍ଚିତ ଅର୍ଥ ସରିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମାଟି ଏବଂ ପ୍ଲାଷ୍ଟିକରେ କଣ୍ଢେଇ ତିଆରି କରି ବିକ୍ରି କରୁଛନ୍ତି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଭୋଗ ଗ୍ରାମର ବାସିନ୍ଦା ହେଉଛନ୍ତି ହରେକୃର୍ଷ୍ଣ ଦଳେଇ । ପରିବାର କହିଲେ ପତ୍ନୀ ଦୁର୍ଗାମଣି ଏବଂ ୪ ଝିଅ। ଝିଅଙ୍କ ମଧ୍ଯ ରୁ ବଡ ଝିଅ ହେଉଛି ସସ୍ମିତା । ବର୍ତ୍ତମାନ ସେ ବାଲିଆପାଳ ବ୍ଲକ ଦେଭୋଗ ସ୍ଥିତ ସୁବର୍ଣ୍ଣରେଖା ମହା ବିଦ୍ୟାଳୟର ଯକ୍ତି ୩ର ଛାତ୍ରୀ । ଘରର ଆର୍ଥିକ ସମ୍ବଳ ଭଲ ନଥିବାରୁ ପରିବାର ଚଳାଇବା ପାଇଁ ସସ୍ମିତା ମାଟିର ବିଭିନ୍ନ ପ୍ରକାରର କଣ୍ଢେଇ ତିଆରି କରି ବିକ୍ରି କରୁଛନ୍ତି ।

ଏହା ସହିତ ସ୍ଥାନୀୟ ବଜାରରେ ମିଳୁଥିବା ପ୍ଲାଷ୍ଟିକ କଣ୍ଢେଇ ଆଣି ସେଥିରେ ରଙ୍ଗ ଏବଂ କିଛି ଅଲଗା ଜିନିଷ ବ୍ଯବହାର କରି ବିଭିନ୍ନ ପ୍ରକାର ରୂପ ଦେଇ ସ୍ଥାନୀୟ ବଜାର ସମେତ ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ପକାଇ ବିକ୍ରି କରିଥାନ୍ତି । ଖାଲି ସେତିକି ନୁହେଁ ବ୍ୟବସାୟୀ ମାନଙ୍କ ଅର୍ଡର ମୁତାବକ କଣ୍ଢେଇ ତିଆରି କରି ସେମାନଙ୍କୁ ବିକ୍ରି କରି ଥାନ୍ତି । ସସ୍ମିତା ଏକ ମାରାତ୍ମକ ରୋଗରେ ପୀଡିତ ଥିଲେ ମଧ୍ୟ ଯନ୍ତ୍ରଣାକୁ ଖାତିର ନକରି ନିଜର ପରିବାର ଚଳେଇବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି। ଯାହା ରୋଜଗାର ହେଉଛି ସେଥିରେ ନିଜର ଔଷଧ ଖର୍ଚ୍ଚ କରିବା ସହିତ ପରିବାର ଚଳାଉଛନ୍ତି । ତାଙ୍କ ହାତ ତିଆରି କଣ୍ଢେଇର ବେଶ ଆକର୍ଷଣୀୟ ହୋଇଥିବାରୁ ବଜାରରେ ଭଲ ଚାହିଦା ରହିଛି ।

ସସ୍ମିତାଙ୍କ ବାପା ହରେକୃର୍ଷ୍ଣ ଜଣେ ଦିନ ମଜୁରିଆ। ନିଜର ଜମିବାଡି କିଛି ନଥିବାରୁ ପର ଘରେ ମୂଲ ଲାଗି ଯାହା କିଛି ଆଣନ୍ତି ସେଥିରେ ପରିବାର କଷ୍ଟେ ମଷ୍ଟେ ଚଳୁଥିଲା । କିଛି ବର୍ଷ ପୂର୍ବରୁ ହରେକୃର୍ଷ୍ଣ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇ ଗୋଟିଏ ଗୋଡରେ ଗଭୀର ଆଘାତ ଲାଗିଥିଲେ । ଯାହା ପାଇଁ ସେ ଠିକ ଭାବରେ ଚାଲି ପାରନ୍ତି ନାହିଁ ।

ବୋଝ ଉପରେ ନଳିତା ବିଡା ପଡିଲା ଭଳି ଝିଅ ସସ୍ମିତା ଏକ ମାରାତ୍ମକ ରୋଗରେ ପିତୀତ ହେଲେ,ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକେ ଘରର ସଞ୍ଚିତ ଅର୍ଥ ସହିତ ବିଭିନ୍ନ ଗୃପରୁ ଲୋନ ଆଣିଥିଲେ । ଗରିବ ପରିବାର ହୋଇ ଥିବାରୁ ପରିବାରକୁ ଋଣ ମୁକ୍ତ କରିବା ପାଇଁ ନିଜର କଷ୍ଟକୁ ଭୁଲି କଣ୍ଡେଇ ତିଆରି କରି ବିକ୍ରି କରୁଛନ୍ତି,ତେଣୁ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ସସ୍ମିତା ଙ୍କୁ ଯଦି ସରକାରୀ ସ୍ତରରେ ଆର୍ଥିକ ସହାୟତା ମିଳି ପାରନ୍ତା ସେ ତାହାଲେ ସେ ତାଙ୍କ ଭିତର ଥିବା ପ୍ରତିଭା କୁ ପରିପ୍ରକାଶ କରିବା ସହ ଭଲ ଭାବରେ ପରିବାର ପ୍ରତିପୋଷଣ କରି ପାରନ୍ତେ ।

 

Sonalisa

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

12 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

43 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

46 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

49 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

55 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago