ଏକପାଖିଆ ପ୍ରେମରେ ବିଫଳ ପ୍ରେମିକର ଜଘନ୍ୟ କାଣ୍ଡ, ଘରୁ ଟେକିନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ଅନୁଗୁଳ(କେନ୍ଯୁଜ୍) : ଏକପାଖିଆ ପ୍ରେମରେ ବିଫଳ ହେବାପରେ ପ୍ରେମିକର ଜଘନ୍ୟ କାଣ୍ଡ । ଘରୁ ଟେକିନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପାହାଡତଳୁ ମୁର୍ମୁଷ ଅବସ୍ଥାରେ ଯୁବତୀ ଉଦ୍ଧାର । ଅନୁଗୁଳ ପାଲଲହଡା ଥାନା ଅ଼ଞ୍ଚଳରେ ଘଟିଛି ଏହି ଲଜ୍ଜାକର ଘଟଣା । ଅଭିଯୋଗ ଅନୁଯାୟୀ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା କାଳିଆ ମହାକୁଡ ନାମକ ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଏକପାଖିଆ ପ୍ରେମ କରୁଥିଲା । ତେବେ ଯୁବତୀ ଜଣକ ରାଜି ନହେବାରୁ ଗତ ୩୦ ତାରିଖରେ କାଳିଆ ତାର ଦୁଇ ଜଣ ବନ୍ଧୁଙ୍କ ସହ ମିଶି ଘରୁ ଉଠାଇ ନେଇଥିଲା।
ପରେ ପାହାଡ ନିକଟରେ ଏକ ପରିତ୍ୟକ୍ତ ସ୍ଥାନରେ ୩ଜଣ ମିଶି ଯୁବତୀ ଜଣଙ୍କୁ ଦୁଷ୍କର୍ମ କରିଥିଲେ । ପରେ ମୁର୍ମୁଷ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ । ଆଜି ସକାଳୁ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏନେଇ ତାଙ୍କ ପରିବାର ଲୋକେ ପାଲଲହଡା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମୁଖ୍ୟ ଅଭିଯୁକ୍ତ କାଳିଆକୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।