ପୁଣି ଲଜ୍ଜା , ଅନୁଗୁଳରେ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଓ ହତ୍ୟା

ଅନୁଗୁଳ(କେନ୍ୟୁଜ୍) : ପୁଣି ଲଜ୍ଜା । ନାବାଳିକାକୁ ଅପହରଣ ପରେ ହତ୍ୟା । ଅନୁଗୁଳ ସଦର ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି ଏହି ବର୍ବର ହତ୍ୟାକାଣ୍ଡ । ବାପାଙ୍କୁ ଖାଇବାକୁ ଦେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଅପହରଣ କରିନେଇ ହତ୍ୟା କରାଯାଇଛି । ୧୨ବର୍ଷିଆ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଓ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

girlନାବାଳିକା ଜଣକ ମଧ୍ୟାହ୍ନରେ ବାପାଙ୍କ ପାଖକୁ ଯାଇ ଆଉ ଫେରିନଥିଲା। ଏହାପରେ ତାର ମୃତଦେହ ଲିଙ୍ଗରା ଜୋର ନିକଟରୁ ଉଦ୍ଧାର କରାଯାଇଥିଲା। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ମୃତଦେହ ଉଦ୍ଧାର କରିଛି । ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣପଡିବ ବୋଲି ପୋଲିସ କହିଛି।