ରାଜଧାନୀରେ ହତ୍ୟାକାଣ୍ଡ : ହୋଟେଲରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଭୁବେନଶ୍ୱର (କେନ୍ୟୁଜ୍) : ରାଜଧାନୀରେ ହତ୍ୟାକାଣ୍ଡ । ଭୁବେନଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ଏକ ହୋଟେଲରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ହତ୍ୟା କରାଯାଇଛି । ଜଣେ ଯୁବକ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଉଛନ୍ତି ଖୋର୍ଦ୍ଧାର ଲକ୍ଷ୍ମୀପ୍ରିୟା ବିଶ୍ୱାଳ । ଆଦିତ୍ୟ ମହାପାତ୍ର ନାମକ ଯୁବକ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏମାନେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ କିଛି ଦିନ ହେବ ହୋଟେଲରେ ରହି ଆସୁଥିଲେ ।