ମଝି ନଈରେ ୨ ଘଣ୍ଟା ଫସି ରହିଲେ ଯୁବତୀ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସମ୍ବଲପୁର (କେନ୍ଯୁଜ):  ନଦୀ ମଝିରୁ ଯୁବତୀ ଉଦ୍ଧାର। ନଦୀ ମଝିରେ ୨ ଘଣ୍ଟା ଫସି ରହିଥିବା ଯୁବତୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ସମ୍ବଲପୁର ମହାନଦୀର ସମଲେଇ ଘାଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯୁବତୀ ଜଣକ ହେଉଛନ୍ତି ଅତାବିରା ରେଙ୍ଗାଲି କେମ୍ପର ପ୍ରଭାତୀ ସେଠ। ସେ ସମ୍ବଲପୁରରେ ରହି କୋଚିଂ ନେଉଥିଲେ। ସେ ନଦୀକୁ ଗାଧୋଇ ଯାଇଥିବା ସମୟରେ ନଈ ସ୍ରୋତରେ ଭାସି ଯାଇଥିବା ସନ୍ଦେହ କରାଯାଉଛି।

ମଝି ନଈରେ ଥିବା ପଥରରେ ଗୋଡ଼ ଫସି ଯିବାରୁ ଆଉ ସେ ଆଗକୁ ଆଉ ଯାଇପାରିନଥିଲେ। ମଝିରେ ଫସି ରହି ଚିତ୍କାର କରୁଥିବା ସମୟରେ ସ୍ଥାନିୟ ଲୋକ ପୋଲିସ ଓ ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହୀନି ପହଂଚି ଯୁବତୀଙ୍କୁ ଉଦ୍ଧାର କରି ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.