ବନ୍ୟାପାଣିରେ ଭାସି ଯାଉଥିଲେ ଯୁବତୀ, ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

ନୂଆପଡା : ନୂଆପଡା ଜିଲା ସିନାପାଲି ଉଦନ୍ତି ନଦୀ ବନ୍ୟାପାଣିରେ ଭାସିଯାଉଥିଲେ ଜଣେ ଯୁବତୀ । ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସୁରକ୍ଷିତ ଭାବେ ଉଦ୍ଧାର କଲେ ଉକ୍ତ ଯୁବତୀଙ୍କୁ । ଉଦ୍ଧାର ହୋଇଥିବା ଯୁବତୀ ଜଣକ ହେଲେ ସିନାପାଲି ବ୍ଲକ ଗଡ୍ରାମାଲ ଗାଁର ନମିତା ସା । ଆଜି ସକାଳେ ନମିତା ଉଦନ୍ତୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ ବନ୍ୟାପାଣି ବୃଦ୍ଧି ପାଇଥିବାରୁ ଭାସିଯାଇଥିଲେ ।
ଯୁବତୀ ଜଣକ ଭାସିଯିବା ବେଳେ ଉଦ୍ଧାର ପାଇଁ ଚିତ୍କାର କରୁଥିବା ନେଇ ସ୍ଥାନୀୟ ଲୋକମାନେ ଦେଖି ଉଦ୍ଧାର ପାଇଁ ସିନାପାଲି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଖବର ପାଇ ତୁରନ୍ତ ଦୀର୍ଘ 3 କି.ମି ଦୂର ଭାସି ଯାଇଥିବା ଯୁବତୀ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ସିନାପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଯୁବତୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥଥିବା ଜଣାପଡିଛି ।