ବାହା ବେଦୀରୁ ଉଠି ହାତରୁ ଶଙ୍ଖା ଖୋଲି ପଳାଇଲା କନ୍ଯା, ଶେଷରେ ଶିଶୁପାଳ ହୋଇ ଫେରିଗଲା ବର

ଜଳେଶ୍ବର(କେନ୍ୟୁଜ୍‌):ବେଦୀରେ ଶଙ୍ଖା, ଚୁଡି ଖୋଲି ଦେଲେ କନ୍ୟା। ବେହୋସ୍‌ ହୋଇଗଲେ ବର। ଅଧା ବାହାଘର ଅଧାରୁ ଉଠିଗଲା କନ୍ୟା। ବାହା ହେବାକୁ ଆସି ଶିଶୁପାଳ ହୋଇ ଫେରିଗଲା ବର। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ଘଟିଛି।

ବାହାଘର ଚାଲିଥିବାବେଳେ କନ୍ୟା ବେଦୀରୁ ଅଧାରୁ ଉଠିପଡି ହାତରୁ ଶଙ୍ଖା, ଚୁଡି ଖୋଲି ବେଦୀରେ ଫିଙ୍ଗିଦେଇଥିଲା। ସୂଚନା ଅନୁସାରେ କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡ଼ା ଅ଼ଞ୍ଚଳର ଜଣେ ଯୁବକଙ୍କ ବାହାଘର ବାଲିଆପାଳ ଥାନା ରେମୁ ଗାଁର ଜଣେ ଯୁବତୀଙ୍କ ସହ ଠିକ୍‌ ହୋଇଥିଲା। ତେବେ ଯୁବତୀଙ୍କ ଅନିଛା ସତ୍ତ୍ୱେ ଜୋର ଦବରଦସ୍ତ ବାହାଘର କରାଯାଉଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.