ଜୟପୁର : ଚପଲ ଚୋରି ଅଭିଯୋଗରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ନିସ୍ତୁକ ମାଡ ଅଭିଯୋଗ

ଜୟପୁର : ଚପଲ ଚୋରି ଅଭିଯୋଗରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ନିସ୍ତୁକ ମାଡ ଅଭିଯୋଗ । ଜୟପୁର ସହରର ସରକାରୀ ବାଳିକା ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ ଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ମାଡ଼ ମାରିଥିବା ନେଇ ଥାନାରେ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଗତ ୨୯ ତାରିଖରେ ଛାତ୍ରୀ ଜଣକ ସ୍କୁଲ ଛୁଟି ପରେ ଘରକୁ ବାହାରିଥିଲେ । ଏହି ସମୟରେ ଶିକ୍ଷୟିତ୍ରୀ ଜଣକ ତାଙ୍କ ବ୍ୟାଗ ଚେକ କରିଥିଲେ । ତାଙ୍କ ବ୍ୟାଗରୁ ଚପଲ ବାହାରି ବାରୁ ଛାତ୍ରୀଙ୍କୁ ମାଡ ମାରିଥିଲେ । ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ ସେ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେପଟେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.