ଅସୁରକ୍ଷିତ ଶ୍ରେଣୀଗୃହରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର(କେନ୍ୟୁଜ୍): ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଶ୍ରେଣୀଗୃହରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ । ଯାଜପୁର ବାଲିଚନ୍ଦ୍ରପୁର ବାଞ୍ଛାନିଧି ସ୍କୁଲରେ ଏହି ଅଘଟଣ ଘଟିଛି । ଅସୁରକ୍ଷିତ ଶ୍ରେଣୀଗୃହରୁ ମୃତଦେହ ଉଦ୍ଧାର । ମୃତ ଛାତ୍ରୀ ହେଲେ ପଙ୍କଜ ରାଉତଙ୍କ ଝିଅ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଛି । ସେହି ଗାଁର ସାଗର ବିଶ୍ୱାଳ ନାମକ ଜଣେ ଯୁବକ ଗତ ୨ ମାସ ହେବ ପିଛା କରୁଥିଲା ।

ଅନେକ ସମୟରେ ହ୍ଵାଟସଆପ୍‌ରେ ମେସେଜ ଦେବା ସହ ହଇରାଣ ହରକତ କରୁଥିଲା । ଏନେଇ ପରିବାର ପକ୍ଷରୁ ତାଗିଦ୍‌ କରାଯାଇଥିଲା । ଗତକାଲି ରାତିରେ ଝିଅ ଘରୁ କିଛି ସୁନା ଗହଣା ଓ ଟଙ୍କା ନେଇ ଚାଲିଯାଇଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ । ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ମିଳିନଥିଲା । ଭୋର ସମୟରେ ଝିଅ ଆତ୍ମହତ୍ୟା କରିଥିବା ପୋଲିସ ପରିବାର ଲୋକଙ୍କୁ ଜଣାଇଥଲା । ସାଗର ବିଶ୍ୱଳ ଉପରେ ପରିବାର ଲୋକ ସନ୍ଦେହ କରିଛନ୍ତି । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସର ତଦନ୍ତ ଜାରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.