ପୁରୀ-ବଡବିଲ ଏକ୍ସପ୍ରେସରୁ ପଡି ଯୁବତୀ ମୃତ, ଏକ୍ସାମ ସାରି ଫେରୁଥିଲେ

ଘଟଗାଁ : ଟ୍ରେନରୁ ଖସି ପଡି ଛାତ୍ରୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଷ୍ଟେସନ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଆଜି ସକାଳ ସମୟରେ ଘଟିଛି ଏହି ଦୁର୍ଘଟଣା । ସକାଳ ପ୍ରାୟ ୧୧ଘଟିକା ସମୟରେ,ପୁରୀ-ବଡବିଲ ଏକ୍ସପ୍ରେସରେ କେନ୍ଦୁଝର ତୁରୁମୁଙ୍ଗା ଥାନା ଦଳଙ୍ଗ ଅଞ୍ଚଳର ନମ୍ରତା ବେହେରା ନାମକ ଜଣେ ଛାତ୍ରୀ,ଭୂବନେଶ୍ୱର ଠାରୁ କେନ୍ଦୁଝର ଅଭିମୁଖେ ଯାଉଥିଲେ ।
ପୁରୀ-ବଡବିଲ ଏକ୍ସପ୍ରେସରେ ପାଞ୍ଚ ଜଣ ସାଙ୍ଗ ମାନଙ୍କ ସହିତ ଏକ୍ସାମ ସାରି ଫେରୁଥିବା ବେଳେ ଟାଙ୍ଗିରିଆପାଳ ଷ୍ଟେସନ ଛାଡିବା ପରେ ସେ ବସି ଥିବା ଜାଗାରୁ ଉଠି ବାଥରୁମ ଆଡକୁ ଯାଇଥିଲେ । ତେବେ କେତେକ ଯାତ୍ରୀ ଉକ୍ତ ଛାତ୍ରୀ ଟ୍ରେନରୁ ତଳକୁ ଗଳିପଡିଥିବା ଦେଖି ଟ୍ରେନର ଚେନ୍ ଟାଣି ଗାଡି ଅଟକାଇ ଥିଲେ ସେତେ ବେଳକୁ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ଜିଆରପି ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।