ଛାତ୍ରୀଙ୍କୁ ଶିକ୍ଷକଙ୍କ ପ୍ରେମ ଭିକ୍ଷା ! ବାଟରେ ଅଟକାଇ ଘରକୁ ନେବାକୁ କରୁଥିଲେ ବାଧ୍ୟ
ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଭୁବନେଶ୍ୱର ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ ।

ଭୁବନେଶ୍ୱର(କେନ୍ୟୁଜ୍): ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଭୁବନେଶ୍ୱର ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ । ଭରତପୁର ସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ଏହି ଘଟଣା ଘଟିଛି । ଶିକ୍ଷକ ଜଣକ ପ୍ରଥମେ ପ୍ରେମ ନିବେଦନ କରିବା ପରେ ପାର୍କ ଯିବାକୁ ବାଧ୍ୟ କରିଥିଲେ ।
ଏହା ସହିତ ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷା ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ । ପ୍ରାୟ ମାସେ ହେବ ଶିକ୍ଷକ ଜଣକ ତାଙ୍କୁ ହଇରାଣ କରୁଥିବା କହୁଛନ୍ତି ଛାତ୍ରୀ । ଏମିତିକି ପରୀକ୍ଷାରେ ଫେଲ୍ କରେଇବାକୁ ଧମକ ଦେବା ସହ ନୋଟ୍ ବୁକ୍ ଦେଇ ପ୍ରେମ ଭିକ୍ଷା କରିଛନ୍ତି ।
ଖାଲି ସେତିକି ନୁହେଁ ବାଟରେ ଅଟକାଇ ଘରେ କେହି ନଥିବା ବେଳେ ଘରକୁ ଯିବାକୁ ବାଧ୍ୟ କରିଥିଲେ ସାର । ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାର ତଦନ୍ତ କରୁଛି । ତେବେ ଅଭିଯୋଗକୁ ନେଇ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।