ପ୍ରେମିକାର ଦବଙ୍ଗଗିରି : ପ୍ରେମରେ ବିଫଳ ହେବାରୁ ଜାଳିଦେଲେ ପ୍ରେମିକର ୩ଟି ବାଇକ୍

କନ୍ଧମାଳ : ପ୍ରେମ-ପ୍ରତାରଣା-ପ୍ରତିଶୋଧ। ବିଫଳ ପ୍ରେମିକାର ଉନ୍ମତ୍ତକାଣ୍ଡ। ପ୍ରେମିକର ଘରେ ପଶି ଜାଳିଦେଲେ ୩ ବାଇକ୍‌। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପାଙ୍ଗା ଗାଁରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ନିଆଁ ଲଗାଇବା ପରେ ଯୁବତୀ ଜଣକ ଦୌଡି ପଳାଇ ଯାଇଥିଲେ। ସୁନାପାଙ୍ଗାରେ ରହୁଥିବା ପ୍ରେମିକ ଡି.ଏଲ୍‌ ଦୀନେଶଙ୍କ ଘରେ ପଶି ଯୁବତୀ ଜଣକ ଏପରି କାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୂର୍ବରୁ ମଧ୍ୟ ପ୍ରେମିକା ଜଣକ ପ୍ରେମିକର ଘରେ ପଶି ଛୁରାମାଡ଼ କରିଥିଲେ । ଦୀର୍ଘ ତିନି ବର୍ଷ ହେବ ଯୁବତୀ  ଦିନେଶଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ହେଲେ ଏବେ ଦିନେଶ ପ୍ରେମିକା ଉପରେ ସନ୍ଦହ କରି ତାଠାରୁ ଦୂରେଇ ଯାଇଥିଲା। ତାପରେ ଯୁବତୀ ଜଣକ ପ୍ରତିଶୋଧ ପରାୟଣ ହୋଇ ଏପରି କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.