ରାଜ୍ୟ

ରାଜଧାନୀରେ ଅଭାବନୀୟ ଘଟଣା, ପ୍ରେମିକ ପାଇଁ ଜୀବନ ହାରିଲେ ପ୍ରେମିକା

ଭୁବନେଶ୍ବର(କେନ୍ଯୁଜ୍): ଜୀବନରେ ଥରେ ଯଦି ପ୍ରେମ ହୁଏ ତା ହେଲେ ଏଥିରୁ ମୁକୁଳିବା କାହାରି ପକ୍ଷେ ସହଜ କଥା ନୁହେଁ। ଆଉ ପ୍ରେମକୁ ନେଇ କେହି କେବେ ପ୍ରକୃତ ସଜ୍ଞା ପାଖରେ ପହଞ୍ଚି ପାରିନି। ପ୍ରେମ ପାଇଁ ବିଭିନ୍ନ ସମୟରେ ଅନେକ ସ୍ଥାନରେ ବହୁତ୍ ଘଟଣା ଓ ଦୁର୍ଘଟଣାର ସାମ୍ନା କରିବାକୁ ପଡିଥାଏ। ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି। ସୂଚନା ମୁତାବକ ରାଜଧାନୀ ଭୁବନେଶ୍ବର ଖଣ୍ଡଗିରି ଥାନା ଅଧୀନରେ ଥିବା ଭରତପୁର ଅଞ୍ଚଳରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ ଦଶମ ଶ୍ରେଣୀ ଛାତ୍ରୀ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା କଥା ପୋଲିସ ସୂଚନା ଦେଇଛି।

ପୋଲିସ୍ କହିବା ଅନୁସାରେ ଭରତ ପୁର ସନ୍ତୋଷୀ ନଗରରେ ସନ୍ତୋଷ ବେହେରା ଓ ତାଙ୍କ ପରିବାର ବହୁତ ବର୍ଷ ହେଲାଣି ରହି ଆସୁଛନ୍ତି।ସନ୍ତୋଷ ବେହେରା ଓ ତାଙ୍କ ସ୍ତ୍ରୀ ମୂଲମଜୁରୀ କରି ଚଳନ୍ତି । ପରିବାର ଭିତରେ ଝିଅ ସୋନାଲି( ଛଦ୍ମ ନାମ) ଏବର୍ଷ ନବମ
ପାସ୍ କରି ଦଶମ ରେ ପଢିଥାଆନ୍ତା। କିନ୍ତୁ ଏହାରି ଭିତରେ ସୋନାଲିର ସେହି ଅଞ୍ଚଳରେ ରହୁଥିବା ଜଣେ ଯୁବକ ସହିତ ପ୍ରେମ ହୋଇଥିଲା। ଏକଥା ସୋନାଲିଙ୍କ ବାପା ଜାଣିବା ପରେ ଝିଅକୁ ଗାଳିଗୁଲଜ ସହିତ ତାଗିଦ୍ କରିଥିଲେ। ତା’ ପରଦିନ ସକାଳୁ ବାପା ମାଆ
କାମକୁ ବାହାରିବା ପରେ ଆସି ଦେଖନ୍ତି ତ ଝିଅ ନିଜ ଓଢଣୀ ବେକରେ ଦେଇ ଫ୍ଯାନରେ ଝୁଲିପଡିଛି। ଘଟଣାସ୍ଥଳରେ ମାଆ -ବାପା
ଝିଅକୁ ନେଇ ଏକ ଘରୋଇ ହସ୍ପିଟାଲକୁ ଯିବା ପରେ ଡାକ୍ତର ସେଠାରେ ମୃତ୍ ଘୋଷଣା କରିଛନ୍ତି।। ଖବର ପାଇ ଖଣ୍ଡଗିରି ପୋଲିସ ସେଠାକୁ ଯାଇ ଶବ ଜବତ୍ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

KNews Bureau

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

1 hour ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

1 hour ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

3 hours ago