ବ୍ରହ୍ମପୁର : ଛାତ୍ରୀ ଅସୁରକ୍ଷିତ, ଭୁଶୁଡ଼ିଲା ସାବେରୀ ଛାତ୍ରୀନିବାସର ବାଥରୁମ କୋଠା

ବ୍ରହ୍ମପୁର (କେନ୍ୟୁଜ୍) : ବ୍ରହ୍ମପୁର ବିଶ୍ୱବିଦ୍ୟାୟ ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସାବେରୀ ଛାତ୍ରୀ ନିବାସର ବାଥରୁମ୍ କୋଠା ହଠାତ୍ ଭୁଷୁଡି ପଡିଛି । ଏଥିରେ କୈାଣସି ଛାତ୍ରୀଙ୍କ ଅସୁବିଧା ହୋଇନଥିବା ବେଳ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଛାତ୍ରୀ ମାନେ । ଆଜି ଅପରାହ୍ନରେ ହଷ୍ଟେଲରେ ରହୁଥିବା ଅଧିକାଂଶ ଛାତ୍ରୀ ମାନେ କ୍ଲାସକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଏଭଳି ଘଟଣା ପରେ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ମାନେ ଭୟଭିତ ହୋଇପଡିଛନ୍ତି । ସେପଟେ ତୁରନ୍ତ ଘଟଣାସ୍ଥଳରେ ବିଶ୍ୱବିଦ୍ୟାଳୟରେ କୁଳ ସଚିବ ପହଞ୍ଚି ସମସ୍ତ ଛାତ୍ରୀଙ୍କୁ ଅନ୍ୟ ଏକ ଛାତ୍ରୀ ନୀବାସକୁ ସ୍ଥାନାନ୍ତର କରିଛନ୍ତି ।

ganjamବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ଲାଗି ଛାତ୍ରୀ ମାନଙ୍କ ପାଇଁ ରହିଛି ଏକ ଲେଡିସ ହଷ୍ଟେଲ କମ୍ପ୍ଲେକ୍ସ । ଏହି କମ୍ପ୍ଲେସ ଭିତରେ ୭ରୁ ଅଧିକା ଛାତ୍ରୀ ନୀବାସ ରହିଛି । ତେବେ ଆଜି ଅପରାହ୍ନରେ ସାବେରୀ ନାମକ ହଷ୍ଟେଲ ତିନି ମହାଲା ବିଶିଷ୍ଟ ବାଥ୍ ରୁମ କୋଠା ହଠାତ୍ ଭୁଷୁଡି ପଡିଥିବା ଦେଖିବାକୁ ମିଳିଛି । ଏହି କୋଠା ଏଭଳି ଏକ ସମୟରେ ଭୁଷୁଡ଼ିଥିଲା ଯେତେବେଳେ ଏହି ଛାତ୍ରୀ ନିବାସର ଅଧିକାଂଶ ଛାତ୍ରୀ କ୍ଲାସ କରିବାକୁ ଯାଇଥିବା ସମୟରେ । ଏଣୁ ଏତେ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ଛାତ୍ରୀ ମାନେ । ତେବେ କୋଠା ଭୁଷୁଡିବା ପରେ ଛାତ୍ରୀମାନେ ସମ୍ପୁର୍ଣ୍ଣରୂପେ ଭୟଭୀତ ହୋଇପଡିଛନ୍ତି । ହଷ୍ଟେଲର କୋଠା ବିପଦ ସଙ୍କୁଳ ଥିବା ନେଇ ଛାତ୍ରୀ ମାନେ ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ଆଉ ଚଳିତ ଗ୍ରୀଷ୍ମ ଛୁଟିରେ ହଷ୍ଟେଲର ବିଭିନ୍ନ ସ୍ଥାନରେ ମରାମତି ମଧ୍ୟ କରାଯାଇଥିଲା । ଏଭଳି ଏକ ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମସ୍ତ ହଷ୍ଟେଲ କୋଠା ଗୁଡ଼ିକୁ ଯାଞ୍ଚ କରିବାକୁ ଦାବୀ କରିଛନ୍ତି ଛାତ୍ରୀମାନେ ।girlsହଷ୍ଟେଲ କୋଠା ଭୁଷୁଡ଼ିବା ଖବର ପାଇବା ପରେ ଘଟଣାସ୍ଥଳରେ ହଷ୍ଟେଲ ସୁପେରିଟେଣ୍ଡଡ୍ ଓ କୁଳ ସଚିବ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ତୁରନ୍ତ ହଷ୍ଟେଲ ମଧ୍ୟରେ ଥିବା ଛାତ୍ରୀ ମାନଙ୍କୁ ବାହାରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହା ସହ ଏହି ହଷ୍ଟେଲରେ ରହୁଥିବା ସମସ୍ତ ୧୦୪ ଜଣ ଛାତ୍ରୀଙ୍କୁ ଚିଲିକା ଛାତ୍ରୀ ନିବାସକୁ ତୁରନ୍ତ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଘଟଣାରେ କୈାଣସି ଛାତ୍ରୀଙ୍କ ଅସୁବିଧା ହୋଇନଥିବା ବେଳେ ଏନେଇ ବିଶ୍ୱବିଦ୍ୟାଳୟର ଡେଭଲପମେଣ୍ଟ ଅଫିସରଙ୍କୁ ଅବଗତ କରାଯିବ । ତିନି ମହଲା ବିଶିଷ୍ଟ ଏହି ଛାତ୍ରୀ ନିବାସଟି ମାତ୍ର ୩୦ ବର୍ଷ ପୁରୁଣା ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଭୁଷୁଡିଲା ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳ ସଚିବ । ଏହା ସହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମସ୍ତ ହଷ୍ଟେଲ ସୁରକ୍ଷିତ କି ନୁହେଁ ସେ ନେଇ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।

ଛାତ୍ରୀ ନିବାସ କୋଠା ହଠାତ ଭୁଷୁଡ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଛାତ୍ରୀ ମାନେ । ତେବେ ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ନେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like