ରାଜ୍ୟ

ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟାଙ୍କ ପରଲୋକ

କେନ୍ୟୁଜ୍(ବ୍ୟୁରୋ): ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟାଙ୍କ ପରଲୋକ। ଦିଲ୍ଲୀରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦିଲ୍ଲୀ ବାସଭବନରେ ତାଙ୍କର ପରଲୋକ ଘଟିଛି। ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ବାହାରୁଥିବା ସୂଚନା ମିଳିଛି।

୧୯୪୩ରେ ଜନ୍ମିତ ଗୀତା ନିଜର ୪୦ ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ । ତାଙ୍କର ଶିକ୍ଷା ଦିଲ୍ଲୀ ଓ ବ୍ରିଟେନର କେମ୍ରିଜରେ ହୋଇଥିଲା । ସେ ଆଲଫ୍ରେଡ୍ ଏ. ନୋଫ୍ ପବ୍ଲିସିଂ ହାଉସର ପୂର୍ବତନ ମୁଖ୍ୟ ସୋନି ମେହେଟ୍ଟାଙ୍କୁ ୧୯୬୫ ରେ ବିବାହ କରିଥିଲେ । ସେମାନଙ୍କର ଆଦିତ୍ୟ ସିଂ ମେହେଟ୍ଟା ନାମକ ଏକ ପୁତ୍ର ସନ୍ତାନ ଅଛନ୍ତି । ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା । ସେ ୫ଟି ପୁସ୍ତକ ରଚନା କରିଥିଲେ । ତାଙ୍କ ପୁସ୍ତକ ୨୧ଟି ଭାଷାରେ ଅନୁବାଦିତ ହୋଇଛି ଏବଂ ୟୁରୋପ, ଆମେରିକା ଏବଂ ଭାରତରେ ବେଷ୍ଟସେଲର ତାଲିକାରେ ସ୍ଥାନ ପାଇଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ଚର୍ଚ୍ଚାକୁ ଆସିଥିଲେ ।

 

 

Sasmita

Recent Posts

ମୋଦିଙ୍କ ଗସ୍ତ ପାଇଁ ଭୁବନେଶ୍ବର ବିମାନବନ୍ଦରରେ ପୋଲିସ ଛାଉଣୀ, Z PLUS ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଶପଥ ସମାରୋହ ପାଇଁ ଭୁବନେଶ୍ବର ଆସୁଛନ୍ତି ବହୁ ଭିଭିଆଇପି । ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବର…

5 mins ago

ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଚନ୍ଦ୍ରବାବୁ ନାଇଡୁ, ଉପମୁଖ୍ୟମନ୍ତ୍ରୀ ହେଲେ ପବନ କଲ୍ୟାଣ

ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ…

13 mins ago

ମାଲ୍ୟାର୍ପଣ ପରେ ସାଧାରଣ ଜନତାଙ୍କ ସହ କଥା ହେଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଲେ ବଡ଼ ପ୍ରତିଶ୍ରୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ…

20 mins ago

ମୁଖ୍ୟମନ୍ତ୍ରୀ ପଦରୁ ହଟିଲା ପରେ ଏକ୍ସ ପ୍ରୋଫାଇଲରେ ନାଁ ପରିବର୍ତ୍ତନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ); ଓଡ଼ିଶାରେ ସରିଲା ନବୀନ ଯୁଗ ।  ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ମୁଖ୍ୟମନ୍ତ୍ରୀ ଥିବା ନବୀନ ଏବେ…

45 mins ago

ରିଆସି ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ: ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ଜମ୍ମୁରେ ରିଆସିରେ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୋଲିସ । ଆତଙ୍କବାଦୀଙ୍କ ସ୍କେଚ୍…

1 hour ago

ଶୀତଳଷଷ୍ଠୀରେ ପୁରୀରେ ବାଣ ଫୁଟା ଉପରେ କଟକଣା, ୧୪ ତାରିଖ ଯାଏ ୧୪୪ ଧାରା ଲାଗୁ

ପୁରୀ (କେନ୍ୟୁଜ): ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା। ଶୀତଳଷଷ୍ଠୀ ଅବସରରେ ପୁରୀର ବିଭିନ୍ନ ଶିବ ମନ୍ଦିରରେ ବାଣ ଫୁଟା…

1 hour ago