ଗୁଣୁପୁର : ଚଳନ୍ତା ବସରେ ପ୍ରସବ । ଗୁଣୁପୁର ଉପଖଣ୍ଡ ମେଡିକାଲରେ ପ୍ରସବ କରିଥିବା ମହିଳାଙ୍କୁ ପହଞ୍ଚାଇଲା ଏକ ଘରୋଇ ବସ । ଏକ ଘରୋଇ ବସ ପାରଳାଖେମୁଣ୍ଡିରୁ ପାପାଡାହାଣ୍ଡି ଯାଉଥିଲା । ବସ୍ ଆସୁଥିବାବେଳେ ରେଗେଡା ନିକଟରେ ଜଣେ ଗର୍ଭବତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ମହିଳା ଜଣଙ୍କ ଶିଶୁକନ୍ୟା ଜନ୍ମ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ ଶ୍ରୀ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ପାରଳାଖେମୁଣ୍ଡିରୁ ପାପାଡାହାଣ୍ଡି ଯାଉଥିଲା । ଏଥିରେ ଅନେକ ଯାତ୍ରୀ ଥିଲେ । ପାରଳାଖେମୁଣ୍ଡିରୁ ବସ୍ ଆସୁଥିବାବେଳେ ରେଗେଡା ନିକଟରେ ଜଣେ ଗର୍ଭବତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଯାତ୍ରୀଙ୍କ ମଧ୍ୟରେ ଜଣେ ଡାକ୍ତର ପ୍ରସବ କରାଇଥିଲେ । ଉଭୟ ମା ଓ ଶିଶୁଙ୍କୁ ଗୁଣୁପୁର ମେଡିକାଲ ନିଆଯାଇଥିଲା । ଉଭୟ ସୁସ୍ଥ ଥିବା କହିଛନ୍ତି ଗୁଣୁପୁର ମେଡିକାଲ ସୁପରିଟେଣ୍ଡେଣ୍ଟ ରମେଶ ସାହୁ । ପ୍ରସବ କରିଥିବା ମହିଳାଙ୍କ ଘର ପାରଳାଖେମୁଣ୍ଡିରେ । ତେବେ ମହିଳା ଜଣଙ୍କ ଶିଶୁକନ୍ୟା ଜନ୍ମ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ବସ୍ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଇଛି ।