କିମ୍ସ ପରିସରରେ ପାଳନ ହେଲା ବିଶ୍ଵ ହାତ ଧୁଆ ଦିବସ, ସାମିଲ ହେଲେ ଡାକ୍ତର ଓ ନର୍ସ

ଭୁବନେଶ୍ବର : ଆଜି ହେଉଛି ବିଶ୍ଵ ହାତ ଧୁଆ ଦିବସ । ଏନେଇ ଭୁବନେଶ୍ବର କିମ୍ସ ପରିସରରେ ବେଶ୍ ଆଡମ୍ବରରେ ଏହା ପାଳନ କରାଯାଇଛି । କିମ୍ସରେ ବିଭିନ୍ନ ବର୍ଗର ଡାକ୍ତର ଏବଂ ନର୍ସ ମାନେ ମିଶି ପାଳନ କରିଥିଲେ ବିଶ୍ଵ ହାତ ଧୁଆ ଦିବସ । ହାତ ଧୁଆ କେତେ ଦରକାର ତାହା କରୋନା ମହାମାରୀ ସମୟରେ ସମସ୍ତେ ଜାଣିପାରିଲେ ।
ହାତ ଧୋଇବା ଦ୍ଵାରା ଜୀବାଣୁ ହେଉ କି ଭୁତାଣୁ ହେଉ ସଂକ୍ରମଣର ହାର କମିଥାଏ । ହାତ ଧୋଇବାର ଏହି ଧାରାକୁ ପ୍ରତିବର୍ଷ ମେ ମାସ ୫ ତାରିଖରେ ବିଶ୍ଵ ହାତ ଧୁଆ ଦିବସ ରୂପେ ପାଳନ କରାଯାଉଛି । କିମ୍ସ ପରିସରରେ ଆଜି ନର୍ସ ଏବଂ ନର୍ସିଂ ଅଫିସର ମାନଙ୍କ ଦ୍ଵାରା ସାଧାରଣ ଲୋକ ମାନଙ୍କୁ ଏନେଇ ସଚେତନ କରାଯାଇଛି।
ହାତ ଧୋଇ କରୋନା ଭଳି ଭୁତାଣୁ ମାନଙ୍କୁ ଏଡାଇବା ସମ୍ଭବ ହୋଇଥିଲା । ସେନେଇ ଡ. ହରିଶ ଚୌଧୁରୀ ଲୋକମାନଙ୍କୁ ନିୟମିତ ହାତ ଧୋଇବା ବାର୍ତ୍ତା ଦେଇଛନ୍ତି ।