ଚିଙ୍ଗାରି ପରେ ଭିଡ଼ିଓ କମୁନିକେସନ ଆପ୍‌ GO MOONS ସୃଷ୍ଟି କଲେ ଓଡ଼ିଆ ଯୁବକ

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଏବେ ଦେଶରେ ଚାଇନା ସାମଗ୍ରୀ ବର୍ଜନ କରିବା ପାଇଁ ଲଗାତର ଆହ୍ଵାନ ଦିଆଯାଉଛି । ତା ସହିତ ଚାଇନା ଆପ୍‌କୁ କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି । ତେବେ ଦେଶରେ ଅତ୍ୟନ୍ତ ଲୋପ୍ରିୟ ଥିବା ଟିକ୍‌ଟକ୍‌କୁ ବ୍ୟାନ୍ କରାଯିବା ପରେ ବିଶେଷ କରି ଯୁବପିଢ଼ି ନିରାଶ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଓଡ଼ିଆ ଯୁବଙ୍କ ଚିଙ୍ଗାରି ଆପ୍ ଟିକ୍‌ଟକ୍‌କୁ ଟକ୍କର ଦେଇ ତା ଜାଗା ନେବାରେ ଲାଗିଛି । ଏବେ ପୁଣି ଦୁଇ ଓଡ଼ିଆ ଯୁବକ ଆଉ ଏକ କମାଲ କରିଛନ୍ତି । ବର୍ତ୍ତମାନ ସାରା ଦେଶରେ ଚିଙ୍ଗାରି ନିଆଁ ଲଗାଇଥିବା ବେଳେ ଦୁଇ ଓଡ଼ିଆ ଯୁବକ ବ୍ରହ୍ମପୁରର ଅକ୍ଷୟ ମହାନ୍ତି ଓ ଭୁବନେଶ୍ବରର ସତ୍ୟବ୍ରତ ମହାପାତ୍ର ଆଉ ଏକ ନୂଆ ଆପ୍ କରିଛନ୍ତି । ଯାହାକୁ ବେଶ ପସନ୍ଦ କରୁଛନ୍ତି ଲୋକେ। ଏହାର ନାଁ ରହିଛି ‘ଗୋ ମୁନ୍‌ସ’ (GO MOONS ) ।

GO MOONS-2ବର୍ତ୍ତମାନ କରୋନା ମହାମାରୀ ଚାଲିଥିବା ବେଳେ ମିଟିଂ, ପାଠପଢା ଆଦି ଭିଡ଼ିଓ କମୁନିକେସନ ଦ୍ୱାରା କରାଯାଇ ପାରୁଛି । ଜମ୍ ଆପ୍ ପରି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଗୋ ମୁନ୍‌ସ’ ଆପ୍ ନୂଆ କରି ଆସିଛି । ବେଙ୍ଗାଲୁରୁରେ ରହୁଥିବା ଏହି ଦୁଇ ଓଡ଼ିଆ ଯୁବକଙ୍କ କାରନାମା ଏବେ ଦେଶରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.