Categories: ରାଜ୍ୟ

ଓଡ଼ିଆ ଆଇପିଏସ୍ ଅଫିସର ତଥା ଗୋଆ ପୋଲିସ ଡିଜି ପ୍ରଣବ ନନ୍ଦଙ୍କ ପରଲୋକ

କେନ୍ୟୁଜ୍ : ଓଡ଼ିଆ ଆଇପିଏସ୍ ଅଫିସର ତଥା ଗୋଆ ପୋଲିସ ଡିଜି ପ୍ରଣବ ନନ୍ଦଙ୍କ ପରଲୋକ । ୫୭ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଗୋଆରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦିଲ୍ଲୀ ଯାଇଥିଲେ। ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ୧୯୮୮ ବ୍ୟାଚ୍ ଅଗମଟ୍ କ୍ୟାଡର ଆଇପିଏସ୍ ଅଫିସର ପ୍ରଣବ ନନ୍ଦ । ଗତ ଫେବ୍ରୁଆରୀ ୨୫ରେ ସେଣ୍ଟ୍ରାଲ ଡେପୁଟେସନରୁ ଫେରି ତାଙ୍କୁ ଗୋଆକୁ ବଦଳି କରାଯାଇଥିଲା। ଏହାପରେ ଚଳିତବର୍ଷ ସେ ଗୋଆ ପୋଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତା ପୂର୍ବରୁ ସେ ଗୋଆ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀରେ ବହୁ ପଦ ପଦବୀରେ କାମ କରିଛନ୍ତି।

୨୦୦୧ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ବି କାମ କରିଛନ୍ତି ପ୍ରଣବ ନନ୍ଦ। ବିଶେଷ କରି ଆତଙ୍କବାଦ ନିରୋଧୀ ଓ କାଉଣ୍ଟର ଇଣ୍ଟେଲିଜେନ୍ସରେ ଦକ୍ଷ ଥିଲେ ପ୍ରଣବ ନନ୍ଦ। ଆଇବିରେ କାର୍ଯ୍ୟରତ ଥିବା ବେଳେ ଦେଶ ଓ ଦେଶ ବାହାରେ ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ସେହିପରି କାବୁଲ ଓ ଆଫଗାନିସ୍ତାନରେ ଭାରତୀୟ ଦୂତାବାସରେ ନିଯୁକ୍ତି ସମୟରେ ସେ ଭାରତୀୟଙ୍କ ନିରାପତ୍ତା ଓ ଭାରତ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ସୁରକ୍ଷା ଦାୟିତ୍ୱ ନିର୍ବାହ କରିଥିଲେ । ପୋଲିସ ବିଭାଗରେ ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ପୋଲିସ ପଦକ, ରାଷ୍ଟ୍ରପତିଙ୍କ ବିଶିଷ୍ଟ ପୋଲିସ ସେବା, ସ୍ପେଶାଲ ଡ୍ୟୁଟି ମେଡାଲ ଆଦି ମିଳିଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ସହ ସୋସିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ପ୍ରଣବ ନନ୍ଦ। ତାଙ୍କ ପତ୍ନୀ ସୁନ୍ଦରୀ ନନ୍ଦ ବି ଜଣେ ଆଇପିଏସ୍ ଅଫିସର।

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

11 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

13 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

17 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

18 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

23 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

32 mins ago