ପଦାକୁ ଆସିଲା ଓଟିଭିର ସତ !

gobardhan

ଭୁବନେଶ୍ବର : ମିଛ ଖବର ବିକାଳିଙ୍କ ଆଉ ଏକ ଭେଳିକି । ପଦାକୁ ଆସିଲା ସତ । ମିଛ ଖବର ବାହକ ବନିଥିବା ବ୍ୟକ୍ତି ହିଁ ଖବର ପ୍ରସାରଣର ରହସ୍ୟ ଉପରୁ ହଟାଇଛନ୍ତି ପରଦା । ପ୍ରତିଷ୍ଠିତ ସଂସ୍ଥା କିଟ୍‌ ଓ କିସ୍‌ ବିରୋଧରେ ଓଟିଭି କରିଥିବା ଷଡ଼ଯନ୍ତ୍ରର ସେ ପର୍ଦ୍ଦାଫାସ୍‌ କରିଛନ୍ତି ।

ବ୍ଯକ୍ତି ଜଣକ ହେଉଛନ୍ତି ଭୁବନେଶ୍ୱରର ଗୋବର୍ଦ୍ଧନ ନାୟକ । ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠିତ କିସ୍‌ ଭଳି ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିଥିଲେ । କେମିତି, କିଭଳି ଓ କାହା ସହଯୋଗରେ ଶିକ୍ଷିତ ଓ ସ୍ୱାବାଲମ୍ବୀ ହେଲେ କହିଛନ୍ତି । କିନ୍ତୁ ଏହି ଅନୁଷ୍ଠାନ ବିରୋଧରେ ନିକଟରେ ଓଟିଭିକୁ ଦେଇଥିଲେ ବିଭ୍ରାନ୍ତିକର ମତ । ଏବେ ନିଜ ପଶ୍ଚାତାପ କରୁଛନ୍ତି । ପରିସ୍ଥିତିରେ ପଡ଼ି କିସ୍‌ ବିରୋଧରେ ମତ ଦେଇଥିଲେ ବୋଲି କହିଛନ୍ତି ଗୋବର୍ଦ୍ଧନ ।

ତାଙ୍କର କଥା ସ୍ପଷ୍ଟ କରୁଛି ଯେ, ଗୋବର୍ଦ୍ଧନଙ୍କ ଉପରେ ଥିଲା ବାହ୍ୟ ଚାପ ଓ ଆର୍ଥିକ ପ୍ରଲୋଭନ ? ଯେଉଁଥି ପାଇଁ ଓଟିଭିକୁ ଦେଇଥିଲେ କିସ୍‌ ବିରୋଧରେ ମତ । ହଜାର ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ଅଶିକ୍ଷା ଓ ବେରୋଜଗାରିରୁ ମୁକ୍ତ କରୁଥିବା ବିଶ୍ୱର ସର୍ବବୃହତ୍‌ ଅନୁଷ୍ଠାନ କିସ୍‌ ବିରୋଧରେ ବୟାନ ଦେଇ ଗୋବର୍ଦ୍ଧନ ଏବେ ଅନୁତପ୍ତ ।

ତେବେ ଏକଥା ଆମେ କହୁନୁ, ଗୋବର୍ଦ୍ଧନ ହିଁ ପରଦା ହଟାଇଛନ୍ତି କିଟ୍‌ ଓ କିସ୍‌ ବିରୋଧରେ ଓଟିଭିର ଷଡ଼ଯନ୍ତ୍ର ଉପରୁ । ସାମ୍ବାଦିକତାର ନୈତିକତା, ଖବର ପରିବେଷଣର ବିଶ୍ୱସନୀୟତାକୁ ଭୁଲି ଲୋକଙ୍କୁ ଓଟିଭି ପ୍ରଲୋଭିତ କରିଛି । ଅନ୍ୟଙ୍କୁ ଢ଼ାଲ କରି କିଟ୍‌ ଓ କିସ୍‌ ବିରୋଧରେ ମିଥ୍ୟା ଓ ଷଡ଼ଯନ୍ତ୍ରମୂଳକ ଖବରକୁ ପ୍ରାଧାନ୍ୟ ଦେଉଛି ଓଟିଭି । ଗୋବର୍ଦ୍ଧନ ହିଁ ପ୍ରମାଣ କରିଛନ୍ତି ଏହି ଚ୍ୟାନେଲର ନୀତି, ନୈତିକତା ଓ ଖବର ପରିବେଷଣର ଧର୍ମ କିଭଳି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.